ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଲୁଟେରା: ରାଜଧାନୀରୁ ବନ୍ଧା ହେଲେ ୩ ଚୋର…

ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଲୁଟେରା । ଭୁବନେଶ୍ବର ବଡ଼ଗଡ଼ ପୋଲିସ ହାତରେ ୩ଜଣ ଲୁଟେରା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ସାଇକେଲ ଜବତ କରିଛି ପୋଲିସ । ବ୍ରହ୍ମେଶ୍ବର ବାଗ ଅଞ୍ଚଳରେ ଘର ଗ୍ରୀଲ୍ ଭାଙ୍ଗି ଲୁଟପାଟ ନେଇ ଅଭିଯୋଗ ହୋଇଥିଲା ।

ବଡଗଡ ଥାନା ପୋଲିସ, ସ୍ପେଶାଲ ସ୍କ୍ବାର୍ଡ ଓ POPD ଟିମ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ପରେ ଚିଲି ପୋଖରୀ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଡା ପୁନିଆ ନାଁରେ ଏହି ଗ୍ୟାଙ୍ଗ ସକ୍ରିୟ ଥିଲେ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି ।

nis-ad
Leave A Reply

Your email address will not be published.