ମା ମାଟିଆ ମଙ୍ଗଳା ଯୁବପରିଷଦର ବୋଇର ବନ୍ଦାଣ…


ରାଜନଗର,27.11.2023: ଐତିହ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରବା ଲାଗି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ତଟରେ ନୌବାଣିଜ୍ୟର ଗାଥା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ମା ମାଟିଆ ମଙ୍ଗଳା ଯୁବ ପରିଷଦ (କ୍ଳବ) ବାରଗାଁ ଆନୁକୂଲ୍ୟରେ, ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଏହି କାର୍ତ୍ତିକ ପୂର୍ଣ୍ଣିମାର ପୁର୍ଣ୍ୟତିଥିରେ ମା ମାଟିଆ ମଙ୍ଗଳାଙ୍କ ପୀଠ ନିକଟସ୍ଥ ବ୍ରାହ୍ମଣୀ ତଟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ନୌବାଣିଜ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ ଯୋଗଦେବା ସହ ,ଓଡିଶା ବିଧାନସଭାର ସଚିବ ଶ୍ରୀଯୁକ୍ତ ଦାସରଥି ଶତପଥି ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମା ମାଟିଆ ମଙ୍ଗଳାଙ୍କ ପୀଠରେ ଏକ ସାଧାରଣ ସଭା ସହ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା। ଏହି ସଭାକୁ ସଂଗଠନ ର ସଭାପତି ଅପୃର୍ବମିଲନ ରାଉଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡ଼କ୍ଟର ଯତୀନ କୁମାର ରାଉତ ଓ ସମ୍ମାନୀତ ଅତିଥି ଭାବେ କବି ରୁଦ୍ରପ୍ରସାଦ ସାମଲ, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡା, ସମିତି ସଭ୍ୟା ସମସ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦେଇ ଐତିହ ପରମ୍ପରାର ଗାଥାକୁ ବର୍ଣ୍ଣନା କରିଥିଲେ। ସଂଗଠନ ପକ୍ଷରୁ ଚୟନ ହୋଇ ଥିବା ପ୍ରତିଭା ବାନ୍ ବ୍ୟକ୍ତି ବିଶେଷଙ୍କୁ ଉପସ୍ଥିତ ଥିବା ଅତିଥି ମାନେ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉତ୍କଳୀୟ ନୌ ବାଣିଜ୍ୟ ଓ ପରମ୍ପରା ଅନୁଯାୟୀ ସଂଗଠନର ୭ ଜଣ କର୍ମ କର୍ତ୍ତା ସାଧବ ପୁଅ ବେଶରେ ସଜିତ ହୋଇ ମା ମାଟିଆ ମଙ୍ଗଳାଙ୍କୁ ଦର୍ଶନ କରୀ ନୌବାଣିଜ୍ୟ କାର୍ଯ୍ୟ ପାଇଁ ବାହାରି ଥିଲେ। ସାଧବ ପୁଅ ଏବଂ ସାଧବ ବୋହୂ ମାନଙ୍କୁ ପରିଷଦର ଉପସଭାପତି ମହେଶ୍ୱର ବେହେରା, କୋଷାଧକ୍ଷ ସ୍ମୃତିରରଞ୍ଜ ମିଶ୍ର, ବରିଷ୍ଠ ସଭ୍ୟ ଅଜୟ କୁମାର ପାତ୍ର, ଅଶୋକ କୁମାର ରାଉଳ ଓ ମହିଳାଙ୍କ ସୁଖ ଦୁଃଖର ସାଥି ମହିଳା ନେତ୍ରୀ ତଥା ଅଧ୍ୟାପିକା ଭଗବତୀ ରାଉତଙ୍କ ସହଯୋଗ କ୍ରମେ ପାରମ୍ପାରିକ ବାଜା ବାଣ ଶୋଷଣୀରେ ବ୍ରାହ୍ମଣୀ ନଦୀ କୂଳକୁ ନିଆ ଯାଇ ଥିଲା ଓ ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ମେଲାଣି ପାଇଁ ପ୍ରସ୍ତୁତ ହୋଇଥିବା ବୋଇତ କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗାଁର ଦକ୍ଷ ସିଳ୍ପୀ ମନୋଜ କୁମାର ରାଉଳ ଓ ବାଇଧର ସୁତାରଙ୍କ ହାତ ସ୍ପସରେ ସୁସର୍ଜିତ ହୋଇଥିବା ବୋଇତରେ ବସି ନୌବାଣିଜ୍ୟ କାର୍ଯ୍ୟ ପାଇଁ ବାହାରି ଯାଇଥିଲେ ସାଧବ ପୁଅ । ବହୁ ଦୁରକୁ ସାତଭାଇ ବୋଇତ ନେଇ ବାଣିଜ୍ୟ କାରବାର କରିବାକୁ ଯାଉଥିବାରୁ ଅଲିଅଳି ସୁନା ଭଉଣୀ ତଅପୋଇ ଓ ସାଧବାଣୀ ମାନେ ଉପସ୍ଥିତ ରହି ମନଦୁଃଖ କରି ବିଦାୟ ଦେଇଥିଲେ। ଆଜିର ଯୁଗରେ ସଂସ୍କୃତିର ଐତିହ ପରମ୍ପରାକୁ ଭୁଲି ମନୁଷ୍ୟ ଆଧୁନିକରଣତା ଉପରେ ଗୁରତ୍ୱର ଦେଇ ନିଜ ପରମ୍ପରାକୁ ଭୂଲିଯାଉଛନ୍ତି ତାହାକୁ ମନେପକାଇ ଉଜ୍ଜୀବିତ କରିବା ଲାଗି ଏହିପରି ଐତିହ କାର୍ଯ୍ୟକ୍ରମ ମା ମାଟିଆ ମଙ୍ଗଳା

ଯୁବପରିଷଦ(କ୍ଳବ୍) ଆୟୋଜନ କରିଥିବାରୁ ଉକ୍ତ ସଂଗଠନ ର ସମସ୍ତ କର୍ମକର୍ତ୍ତାକୁ ମଞ୍ଚାସିନ ଥିବା ଅତିଥିଗଣ ଓ ଅଞ୍ଚଳର ସମସ୍ତ ଜନସାଧାରଣ ଖୁବ୍ ପ୍ରଶଂସା କରିଛନ୍ତି। ବ୍ରାହ୍ମଣୀ ନଦୀ କୂଳରେ ଏହି ଐତିହ ପାରମ୍ପରିକ ନୌବାଣିଜ୍ୟ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରୁ ଆସିଥିବା ହଜାର ହଜାର ଲୋକଙ୍କର ସମାଗମ ହୋଇଥିଲା । କାର୍ଯ୍ୟକ୍ରମକୁ ସୁରକ୍ଷିତରେ ସମାପନ କରିବା ଲାଗି ବାରଗାଁର ବୈଜେଷ୍ଟ ମୁରବି ରତ୍ନାକର ବିଶ୍ୱାଳ,ଉପଦେଷ୍ଟା ରଞ୍ଜନ ରାଉଳ ହେମନ୍ତ କୁମାର ମିଶ୍ର, ମାନସ ମିଶ୍ର, ଯାମିନୀ କାନ୍ତ ରାଉଳ, ଗଦାଧର ରାଉତ, ବିଚିତ୍ର ବିଶ୍ୱାଳ, ପ୍ରଦୀପ ମିଶ୍ର, ଅଭିରାମ ରାଉଳ, ଚନ୍ଦ୍ରଚନ୍ଦନ ମିଶ୍ର ଓ ସଂଗଠନର ସଭ୍ୟ ଦାମଦର ରାଉଳ, ସହଦେବ ରାଉତ, ରାଜକିଶୋର ରାଉଳ,ସୁଜନ ଦାସ, ବାବନ ରାଉତ ପ୍ରମୁଖ ଉପସ୍ଥିତ ରହିବା ସହ ସ୍ଥାନୀୟ ପୋଲିସ୍ ପ୍ରଶାସନ ଓ ଅଗ୍ନିଶମ ବାହିନୀର ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତରହି ପୂର୍ଣ୍ଣ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.