ସିଂହଦ୍ୱାର ବ୍ୟାରିକେଡ ଭିତରକୁ ପଶି ଆସିଲା ଘୁଷୁରି…

WhatsApp-Image-2023-11-27-at-18.00.55-750x430

ପୁରୀ:କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବଡ ଦାଣ୍ଡ ଲୋକାରଣ୍ୟ । ସିଂହଦ୍ୱାର ସମ୍ମୁଖରେ ଥିଲା ଭକ୍ତଙ୍କ ଭିଡ । ରାତି ତମାମ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ଭକ୍ତ । ସିଂହଦ୍ୱାର ବ୍ୟରିକେଡ ଓ ସମ୍ମୁଖରେ ହଜାର ହଜାର ଭକ୍ତ ରୁଣ୍ଡ । ଏହି ସମୟରେ ହଠାତ ଦେଖିବାକୁ ମିଳିଥିଲା ଅଭବାନୀୟ ଦୃଶ୍ୟ । ଭିଡି ଭିତରେ ଧାଉଁଥିଲା ଘୁଷୁରି । ସିଧା ଦୌଡି ଦୌଡି ପଳାଇଆସିଲା ବ୍ୟାରିକେଡ ସମ୍ମୁଖକୁ । ଗତକାଲି ରାତିରେ ଘଟିଥିଲା ଏପରି ଘଟଣା  ।

କିଛି ସମୟ ପାଇଁ ଭକ୍ତଙ୍କ ମଧ୍ୟରେ ହଇଚଇ ଖେଳି ଯାଇଥିଲା । ଏତେ ଲୋକ ଭିଡ ଦେଖି ଘୁଷୁରିଟି ବୋଧହୁଏ ଡରି ଯାଇଥିଲା । ଏପଟ ସେପଟ ଧାଉଁଥିଲା । ହେଲେ କୁଆଡେ ଯିବ ଜାଣି ପାରୁ ନ ଥିଲା । ସେବୟତ ଏବଂ ସୁରକ୍ଷାକର୍ମୀ ସମସ୍ତେ ବି ଭୟଭୀତ ହୋଇ ପଡିଥିଲେ  କାଳେ ମନ୍ଦିର ଭିତରକୁ ପଶିଯିବ । ଏସବୁ ଭିତରେ ଲୋକେ ଦୌଡାଦୌଡି ବି ଆରମ୍ଭ କରି ଦେଇଥିଲେ ।

ପ୍ରାୟ ୨ ମିନିଟ ଧରି ଏପରି ଚାଲିବା ପରେ ସୁରକ୍ଷାକର୍ମୀମାନେ ଘୁଷୁରିକୁ ଘଉଡାଇଥିଲେ । ତା’ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ତେବ ପ୍ରଶ୍ନ ଉଠୁଛି, ଏତେ ଭିଡ ଭିତରେ ଘୁଷୁରି ସିଂହଦ୍ୱାର ପାଖକୁ ଆସିଲା କେମିତି ? ଯଦି ସିଂହଦ୍ୱାର ସମ୍ମୁଖକୁ ଚାଲି ଆସିଲା ହୁଏତ ମନ୍ଦିର ଭିତରକୁ ପଶି ଯାଇଥାନ୍ତା ? ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କାହିଁକି କରାଯାଉନି ? ଏମିତି ପ୍ରଶ୍ନ ସମସ୍ତଙ୍କ ମୁହଁରେ ।

nis-ad
Leave A Reply

Your email address will not be published.