ଜେସିବି ଲଗାଇ ଏଟିଏମ ତାଡ଼ିନେଲେ ଦୁର୍ବୃତ୍ତ, ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟ…

ବାଲେଶ୍ବର: ଜେସିବି ଲଗାଇ ଏଟିଏମ ତାଡ଼ିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ମେସିନକୁ ଦୁର୍ବୃତ୍ତମାନେ ପ୍ରଥମେ ଗ୍ୟାସ କଟରରେ କାଟିବା ପରେ ଜେସିବିରେ ତାଡ଼ି ଉଠାଇ ନେଇଥିବା ନେଇ ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବା ପରେ ଏଟିଏମ ଘର ଡୋର ବନ୍ଦ କରିଦେଇଥିଲେ। ଫଳରେ ବାହାରକୁ କିଛି ଜଣାପଡୁନଥିଲା । ଆଜି ସକାଳେ ସ୍ଥାନୀୟ ଲୋକେ ଏ ବାବଦରେ ଜାଣିବା ପରେ ସୋର ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏଟିଏମରୁ ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.