ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର, ଅସ୍ତ୍ରୋପଚାର ପାଇଁ ନେଉଥିଲେ ଲାଞ୍ଚ…

doctor-3-1

ସୁବର୍ଣ୍ଣପୁର : ଭିଜିଲାନ୍ସ ପଞ୍ଝାରେ ଚକ୍ଷୁ ଡାକ୍ତର । ୫,୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର । ଯାଲୋଇ ଗାଁ ର ଲକ୍ଷ୍ମଣ ତ୍ରିପାଠୀ ଙ୍କ ଅପରେସନ ପାଇଁ ସେ ଏହି ଟଙ୍କା ନେଉଥିଲେ ।

ଏହି ସମୟରେ ପୂର୍ବରୁ ଘଟଣାସ୍ଥଳରେ ଜଗିଥିବା ଭିଜିଲାନ୍ସ ଟିମ୍ ଡାକ୍ତର ସଞ୍ଜୀବ କରଙ୍କୁ ମାଡ଼ିବସିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି। ଡାକ୍ତର ସଞ୍ଜୀବ କର ଙ୍କ ବଲାଙ୍ଗୀର ସୁଦପଡା ସ୍ଥିତ ନିଜର ବାସଭବନ ଓ ସୋନପୁର ସହର ସ୍ଥିତ ସରକାରୀ ଘରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି ।

nis-ad
Leave A Reply

Your email address will not be published.