ଗ୍ରୀକ୍‌ର ଲେସ୍‌ବୋଜ୍‌ ଦ୍ବୀପ ଅନ୍ତର୍ଗତ ସମୁଦ୍ରରେ ବୁଡ଼ିଗଲା ଲୁଣ ଜାହାଜ; ୪ ଭାରତୀୟଙ୍କ ସମେତ ୧୨ କର୍ମଚାରୀ ନିଖୋଜ

serwe

ଲେସ୍‌ବ‌ୋଜ୍‌: ଗ୍ରୀକ୍‌ର ଲେସ୍‌ବୋଜ୍‌ ଦ୍ବୀପ ଅନ୍ତର୍ଗତ ତୋଫାନ ଉଠିଥିବା ସମୁଦ୍ରରେ ଲୁଣ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ନିଖୋଜ ହୋଇଯାଇଥିବା ୧୨ଜଣ କର୍ମଚାରୀଙ୍କ ମଧ୍ୟରେ ୪ଜଣ ଭାରତୀୟ ଥିବା କଥା ଗ୍ରୀକ୍‌ ତଟରକ୍ଷୀ କହିଛି।

ଜାହାଜରେ ଥିବା କର୍ମଚାରୀଙ୍କ ମଧ୍ୟରୁ ୧ଜଣଙ୍କର ମୃତ୍ୟୁ ଘଟିଛି, ୧ଜଣଙ୍କୁ ଉଦ୍ଧାର କରାଯାଇଛି ଓ ୧୨ଜଣ ନିଖୋଜ ହୋଇଯାଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ଗ୍ରୀକ୍‌ ତଟରକ୍ଷୀ କହିଛି, କମୋରସ୍‌ରେ ପଞ୍ଜିକୃତ ହୋଇଥିବା ‘ଦି ରାପ୍ଟର୍‌’ ନାମକ ଉକ୍ତ ପଣ୍ୟବାହୀ ପୋତ ୬୦୦୦ ଟନ୍‌ ଲୁଣ ନେଇ ଇଜିପ୍ଟର ଆଲେକ୍‌ଜେଣ୍ଡ୍ରିଆରୁ ଇସ୍ତାନ୍‌ବୁଲ୍‌ ଯାଉଥିଲା। ସେଥିରେ ୮ଜଣ ଇଜିପ୍ଟୀୟ, ୪ଜଣ ଭାରତୀୟ ଓ ୨ଜଣ ସିରୀୟଙ୍କ ସମେତ ୧୪ଜଣ କର୍ମଚାରୀ ବା କ୍ରୁ’ ଥିଲେ।

ବୈଷୟିକ ତ୍ରୁଟି ଦର୍ଶାଇ ରବିବାର ସକାଳ ୮.୨୦ରେ ସଙ୍କେତ ପଠାଇବା ପରେ ଲେସ୍‌ବୋଜ୍‌ର ଦକ୍ଷିଣପଶ୍ଚିମକୁ ପ୍ରାୟ ୮ କିଲୋମିଟର୍‌ ଦୂର ସମୁଦ୍ରରେ ଅଦୃଶ୍ୟ ହୋଇଯାଇଥିଲା ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ରବିବାର ଅପରାହ୍ଣରେ ଉକ୍ତ ଜାହାଜର ଜଣେ କର୍ମଚାରୀଙ୍କ ଶବ ଉଦ୍ଧାର କରାଯାଇଛି, କିନ୍ତୁ ତାଙ୍କର ପରିଚୟ ମିଳିନାହିଁ। ତାଙ୍କ ପୂର୍ବରୁ ଇଜିପ୍ଟର ଜଣେ ଜାହାଜ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ନିଖୋଜ କର୍ମଚାରୀମାନଙ୍କ ସନ୍ଧାନ ନେବା ଲାଗି ୮ଟି ପଣ୍ୟବାହୀ ଜାହାଜ ଓ ୨ଟି ହେଲିକପ୍ଟର୍‌ ସେ ଅଞ୍ଚଳର ସମୁଦ୍ରରେ ତଲାସ ଚଳାଇଛନ୍ତି ବୋଲି ତଟରକ୍ଷୀ ମୁଖପାତ୍ରୀ ‘ଦି ଆସୋସିଏଟେଡ୍‌ ପ୍ରେସ୍‌’କୁ କହିଛନ୍ତି।

nis-ad
Leave A Reply

Your email address will not be published.