ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ ମାଲିଙ୍ଗା ଗିରଫ…

Arrest_1700988721

ଭୁବନେଶ୍ୱର: ଭୁବନେଶ୍ୱରରେ ଓୟୋ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ କରିଛି ଭରତପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ମାଲିଙ୍ଗା ।

ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ଥିବା ଓୟୋ ହୋଟେଲ ମାଲିକ ସାଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ମାଲିଙ୍ଗା ଓ ତାର କିଛି ସହଯୋଗୀ। ମାଲିଙ୍ଗା ଓ ତାର କିଛି ସହଯୋଗୀ ମାରଣାସ୍ତ୍ର ଧରି ହୋଟେଲ ଭିତରେ ପଶି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ।

ଏହାପରେ ଉପର ମହଲାରୁ ତଳକୁ ଠେଲି ଦେଇଥିଲେ। ପରେ ଘଟଣାସ୍ଥଳରୁ ଜମ୍ପଟ ମାରିଥିଲେ। ସାଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ସାଜନଙ୍କ ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ମାଲିଙ୍ଗାକୁ ଗିରଫ କରିଛି। ଏହାସହ  ପୁଲିସ ମାଲିଙ୍ଗାର ସହଯୋଗୀକୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.