ସମନ୍ବିତ ଯୁବ ବିକାଶ ଯୋଜନା କ୍ରୀଡା ପ୍ରତିଯୋଗିତା ଉଦଯାପିତ…

( କ୍ରୀଡା ହେଉଛି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ – ସମ୍ମାନିତ ଅତିଥି)

ଆସିକା ତା ୨୫/୧୧ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇ ଦିନ ଧରି ଜାରିରହିଥିଲା। ମୁଖ୍ୟ ଅତିଥିଙ୍କ ଦ୍ବାରା ଫ୍ଲାଗ ଡାଉନ୍ କରାଯାଇ କ୍ରୀଡାବିତ୍ ଛାତ୍ରମାନଙ୍କ ଦ୍ବାରା ପିଇଟି ସନ୍ତୋଷ କୁମାର ପ୍ରଧାନଙ୍କୁ ଅର୍ପଣ କରାଯାଇଥିଲା। କ୍ରୀଡା ସମିତିର ସହ ଉପସଭାପତି ଚିତ୍ରସେନ ବେହେରା ଅତିଥିମାନଙ୍କୁ ମଞ୍ଚାସୀନ କରିଥିଲେ। ଅଧ୍ୟକ୍ଷ ସ୍ବାଗତ ଭାଷଣ ରଖିଥିଲେ। ଆଜିର ଉଦଯାପନୀ ଉତ୍ସବ ଅବସରରେ ଓଡିଶା ଓଲମ୍ପିକ ଆସୋସିଏସନର ଜଏଣ୍ଟ ସେକ୍ରେଟାରୀ, ଗଞ୍ଜାମ ଜିଲ୍ଲା ଏଥେଲେଟ ଆସୋସିଏସନର ସେକ୍ରେଟାରୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଡେଭଲପମେଣ୍ଟ ଅଧିକାରୀ ଓ କ୍ରୀଡା ପରିଷଦର ଅଧ୍ୟକ୍ଷ ଡ଼କ୍ଟର ଅଶୋକ କୁମାର ସାହୁ ଯୋଗଦେଇ ସମସ୍ତ କ୍ରୀଡ଼ାବିତ୍ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜୀବନରେ ଖେଳର ମହତ୍ତ୍ୱ ସମ୍ପର୍କରେ ଅନେକ ଉପାଦେୟ କଥା ନିଜର ବକ୍ତବ୍ୟରେ କହିଥିଲେ। ଖେଳ ହେଉଛି ଶିକ୍ଷାର ଏକ ଅବିଛେଦ ଅଙ୍ଗ ଓ ଖେଳୁଆଡ଼ ମନୋଭାବ ନେଇ ଖେଳିଲେ ରାଜ୍ୟ ତଥା ଦେଶ ବିଦେଶ ପର୍ଯ୍ୟନ୍ତ ପହଞ୍ଚି ପାରିବେ ବୋଲି କହି ଉତ୍ସାହିତ କରିଥିବା ସଙ୍ଗେ ମହାବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣକୁ କଲେଜ ପରିସରଭୁକ୍ତ କରିବା ସହ ଏକ ମିନି ଷ୍ଟାଡିୟମ କରିବା ପାଇଁ ଅଞ୍ଚଳ ବିଧାୟିକା ମହୋଦୟାଙ୍କ ସହଯୋଗ କାମନା କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ, କଲେଜ ପରିଚାଳନା ସମିତି ସଭାପତି ତଥା ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ। ନୂଆ ଓଡ଼ିଶା, ନବୀନ ଓଡିଶା ଯୋଜନାର ସମନ୍ବିତ ଯୁବ ବିକାଶ ଯୋଜନାର ନୋଡାଲ ଅଫିସର ତଥା କୋଅର୍ଡିନେଟର ଡ଼କ୍ଟର ବସନ୍ତ କୁମାର ଅଚାରୀ ଓଡ଼ିଶା ସରକାରଙ୍କ ସମନ୍ବିତ ଯୁବ ଯୋଜନା କାର୍ଯ୍ୟକ୍ରମର ସଂପୂର୍ଣ୍ଣ ବିବରଣୀ ପାଠ କରିଥିଲେ ଏବଂ ସମସ୍ତ ପ୍ରକାରର ସହଯୋଗ ଓ ସହଭାଗିତାର ହାତ ବଢାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ବରିଷ୍ଠ ସ୍ବେଚ୍ଛାସେବୀ ଛାତ୍ର କମଳ ଲୋଚ଼ନ ନାହାକ ବିବରଣୀ ପାଠ କରିଥିଲେ।ଏହି କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କ୍ରୀଡା ସଂସଦ ଉପସଭାପତି ଡ. ସ୍ମିତାରାଣୀ ପଣ୍ଡା ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ଡ଼କ୍ଟର ଅଭୟ କେଶରୀ ପରିଛା ପଟ୍ଟନାୟକ, କ୍ରୀଡା ସଂଯୋଜକ ଭାବେ ପି ଇ ଟି ସନ୍ତୋଷ କୁମାର ପ୍ରଧାନ, ଅଧ୍ୟାପିକା ଓ ଅଧ୍ୟାପକ ରାଜେଶ କୁମାର ସାହୁ, ସରୋଜ କୁମାର ପଣ୍ଡା, ସୁଧୀର କୁମାର ସାହୁ, ରାଜେନ୍ଦ୍ର ଗୌଡ଼, ମଞ୍ଜୁ ଡାକୁଆ, ମିନତୀ ବେହେରା, ରେଶମା ପାତ୍ର, କୁନିକା ଦାଶ, ପବିତ୍ର ଧଙ୍ଗଡ଼ା ମାଝୀ, ବିଭୁ କଲ୍ୟାଣ ପଣ୍ଡା, ଭାନୁ ଚନ୍ଦ୍ର ରାଓ, ପିଙ୍କୁ ବିଶୋୟୀ, ମାନସ ରଞ୍ଜନ ଗୌଡ, ଡେମୋନାଷ୍ଟେଟର ଧନଞ୍ଜୟ ମହାପାତ୍ର, ସନାତନ ପାଢ଼ୀ, ଡ. ଗଣେଶ୍ୱର ପ୍ରଧାନ, ହେଡ଼ କ୍ଳର୍କ ବିଜୟ କୁମାର ନାୟକ, ମେକାନିକ୍ ପ୍ରମୋଦ କୁମାର ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ତଥା ୟାଇ ଆର ସି ସ୍ବେଛାସେବୀ ଆଶୁତୋଷ, ହୃଷିକେଶ, ସୟେଦ ଅମାନ, ଛାତ୍ର ସ୍ବେଚ୍ଛାସେବକ ଦୀପକ, ସୁବ୍ରତ, ବିଶ୍ୱଜିତ, ଚନ୍ଦନ, ସନାତନ, ସମୀର, ସନ୍ଦୀପ, ଆଶିଷ, ସ୍ୱୟଂ ସିଦ୍ଧ, ବଳରାମ, ଦେବାନନ୍ଦ, କିରଣ, ଜାଗର, ରୁଦ୍ର, ଦୁର୍ଗା, ଭଗବାନ, ରଞ୍ଜନ ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଖେଳ ପ୍ରତିଯୋଗିତାରେ ସହଯୋଗ କରିଥିଲେ। ପରିଶେଷରେ ପିଇଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.