ବିଷକ୍ରିୟାରେ ମହିଳାଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲେ ଭାଇ…


ହିଞ୍ଜିଳିକାଟୁ, ତା ୨୫/୧୧(): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କ ବିଷକ୍ରିୟାରେ ମୃତ୍ୟୁ ଘଟିଛି। ମୃତା ମହିଳା ଜଣଙ୍କ ହେଲେ ସୁନିତା ସାହୁ (୨୮) । ବିଷପାନ କରି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ମୃତ ମହିଳାଙ୍କ ସ୍ବାମୀ ପବିତ୍ର ସାହୁ ପୁଲିସକୁ କହଇ । ଘଟଣା ନେଇ ଶଶୁର ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଶୁକ୍ରବାର ଗୁରୁତର ଅବସ୍ଥାରେ ମହିଳାଙ୍କୁ ଶଶୁର ଘର ଲୋକେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୩୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ମୃତା ମହିଳାଙ୍କ ଭାଇ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ଲୋକନାଥ ସାହୁ ତାଙ୍କ ଭଉଣୀଙ୍କୁ ଶଶୁର ଘର ଲୋକେ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଥିବା ପ୍ରକାଶ।

nis-ad
Leave A Reply

Your email address will not be published.