ଦେବଗଡ଼ ମହାବିଦ୍ୟାଳୟ ପକ୍ଷରୁ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ…


ଦେବଗଡ଼,୨୫ା୧୧:ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସହାୟତାରେ ଦେବଗଡ ମହାବିଦ୍ୟାଳୟ(ଯୁକ୍ତ ୨ , ଯୁକ୍ତ ୩ ଓ ସ୍ନାତକୋତର ରେ ‘ ଯୁବ ଓଡିଶା ନବୀନ ଓଡିଶା ’ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ ଠାରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି । କ୍ରୀଡା ଶିକ୍ଷକ ନାୟକ ସୌରଭ କୁମାର ନାୟକଙ୍କ ପରିଚାଳନାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୌଡକୁଦ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଓ ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ବିଦୟାଳୟ ଏବଂ ମହାବିଦ୍ୟାଳୟରୁ ଆମନ୍ତ୍ରୀତ କ୍ରୀଡା ଶିକ୍ଷକ ମାନେ ଯୋଗଦେଇ ସହଯୋଗ କରିଥିଲେ । ଅପରାହ୍ନରେ ନୋଡାଲ ଅଧିକାରୀ (ଯୁକ୍ତ ୩)ବିଜୟ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦାମ ପରିଡା ଯୋଗଦେଇ କ୍ରୀଡା ପତାକା ଅବତରଣ କରିବାସହ ମଶାଲ ଅଗ୍ନି ନିର୍ବାପନ ପୂର୍ବକ ପ୍ରତିଯୋଗିତାକୁ ଉଦଯାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗ ରିଡର ସସ୍ମିତା ପ୍ରଧାନ, ନୋଡାଲ ଅଧିକାରୀ(ଯୁକ୍ତ ୨) ତଥା ଇଂରାଜୀ ବିଭାଗ ଅଧ୍ୟାପିକା ମୋନିକା ବାର୍ଲା, ଅଧ୍ୟାପିକା ମମତା ବାଞ୍ଜି, ଦୀପାଞ୍ଜଳୀ ସ୍ୱାଇଁ,ପଦାର୍ଥ ବିଜ୍ଞାନ ବିଭାଗ ରିଡର ବିକ୍ରମ କେଶରୀ ନାୟକ, ଜିତନେ ପ୍ରଧାନ ଓ ସୁରେନ୍ଦ୍ର ଦାସଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.