ତେଲୁଗୁ ସିନେମା (ଟଲିଉଡ଼)ରେ ନାୟିକା ଭାବେ ନଜର ଆସିବେ ଉପାନ୍ତ ମାଲକାନଗିରିର ଝିଅ…

ମାଲକାନଗିରି,୨୫।୧୧ ମାଲକାନଗିରି ଏକ ପଛୁଆ ଜିଲ୍ଲା ଭାବେ ଗଣତି ହେଉଥିବା ବେଳେ ଦିନକୁ ଦିନ ବିକାଶ ରେ ନୂତନ ଫର୍ଦ୍ଦ ଯୋଡୁଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପରେ ଜିଲ୍ଲାରେ ଆଗେଇ ଚାଲିଛି ବିକାଶ । ତେବେ ଏହା ମଧ୍ୟରେ ଏହି ଜିଲ୍ଲାର ଅନେକ ଯୁବକ ଯୁବତୀ ମଧ୍ୟ ବିକାଶ ସହ ତାଳ ଦେଇ ବହୁ ଆଗକୁ ବଢିବ ସହ ନିଜ ଆଞ୍ଚଲ ଓ ରାଜ୍ୟ ପାଇଁ ଆଣି ଦେଇଛନ୍ତି ଗୌରବ । ଆଉ ବର୍ତ୍ତମାନ ପୁଣି ସେହିଭଳି ଆଉଜଣେ ଯୁବତୀ ଜିଏକି ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ଉପାନ୍ତ ଅଞ୍ଚଳରେ ରହି ମଧ୍ୟ ନିଜର ଆତ୍ମବିଶ୍ବାସ ଓ ପ୍ରତିଭା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୫ ଗ୍ରାମରେ ମୋନିକା ସମାଦ୍ଦାର ବର୍ତ୍ତମାନ ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ନିଜ ଆଞ୍ଚଲ ସହ ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ । ମୋନିକାଙ୍କ ପରିବାର କହିଲେ ବାପା, ମାଆ ଓ ବଡ଼ ଭାଇ । ବାପା ଗୌତମ ସମାଦ୍ଦାର ପେଶାରେ ଜଣେ ଛୋଟ ବ୍ୟବସାୟୀ, ବଡ଼ ଭାଇ ହାଇଦ୍ରାବାଦରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି । ତେବେ ଏହିପରି ଅଭାବ ଅନଟନରେ ମାଲକାନଗିରି ଠାରେ ଏକ ଘରୋଇ କଲେଜ୍ ରେ +୨ ପାଠ ଶେଷ କରିଥିଲେ ମୋନିକା । ପରେ ନିଜ ବଡ଼ ଭାଇଙ୍କ ସହିତ ଯାଇ ହାଇଦ୍ରାବାଦରେ ନୃତ୍ୟ କଳା ଶିକ୍ଷା ଲାଭ କରିଥିଲେ । ତାଙ୍କର ଏଭଳି ଇଚ୍ଛା ଦେଖି, ତାଙ୍କ ବଡ଼ ଭାଇ ମୋନିକାଙ୍କୁ ହାଇଦ୍ରାବାଦର “ହାଇ-ଡ୍ୟାନ୍ସ ଷ୍ଟୁଡିଓ” ନାମକ ଏକ ଏକାଡେମୀରେ ଭର୍ତ୍ତି କରିଥିଲେ । ୨ ବର୍ଷ ସେଠାରେ ତାଲିମ ନେବା ପରେ ପରେ ତାଙ୍କର ନୃତ୍ୟର ଶୈଳୀ ଯୋଗୁଁ କିଛି ଛୋଟ ଛୋଟ ସିରିଏଲରେ ତାଙ୍କୁ ଅଭିନୟର୍ସୁଯୋଗ ମଧ୍ୟ ମିଳିଥିଲା । ଏହାପରେ ସେଥିରେ ମୋନିକାଙ୍କ ଅଭିନୟ ଅତୟନତ ଉତ୍ତମ ଥିବାରୁ ଶେଷରେ ତାଙ୍କୁ ସିନେମାରେ ନାୟିକା ହେବ ପାଇଁ ମିଳିଥିଲା ସୁଯୋଗ । ତେବେ ବର୍ତ୍ତମାନ ମୋନିକା ସମାଦ୍ଦାର ଶ୍ରୀନିବାସ କ୍ରିୟେସନ୍ ନ୍ଦ୍ବାରା ନିର୍ମିତ ତେଲୁଗୁ ଚଳଚ୍ଚିତ୍ର “ଗାରାଗା”ରେ ନାୟିକା ଭାବରେ ନଜର ଆସିବେ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜିୟୱଡ଼ା ଅଞ୍ଚଳରେ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ବେଳେ, ସୁଟିଂ ସେଟ୍ ରେ ରହିଛନ୍ତି ମୋନିକା । ମୋନିକାଙ୍କ ପିଲାଟି ଦିନରୁ ନାଚ, ଗୀତ ସହିତ ଫିଲ୍ମରେ କାମ କରିବା ପାଇଁ ବହୁତ ଆଗ୍ରହ ରହିଥିଲା । ଯେଉଁ ସ୍ବପ୍ନ ଏବେ ତାଙ୍କ ସାକାର ହେବାକୁ ଯାଉଛି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି । ତେବେ ଏହି ଚଳଚ୍ଚିତ୍ର ପ୍ରଥମେ ତେଲୁଗୁ ଏବଂ ପରେ ହିନ୍ଦୀରେ ଖୁବଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

nis-ad
Leave A Reply

Your email address will not be published.