ବାରାଣାସୀରେ ମୋଦୀଙ୍କ ବିରୋଧରେ କଂଗ୍ରେସରୁ ଲଢିବେ ଅଜୟ ରାୟ…

ajay-rai-PTI-360

ବାରାଣାସୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଉତ୍ତରପ୍ରଦେଶ ସଭାପତି ଅଜୟ ରାୟ ଏକ ବଡ ଦାବି କରିଛନ୍ତି । ୨୦୨୪ ନିର୍ବାଚନରେ ଦେଶରେ ‘ବିଜେପି ହଟାଓ ଦେଶ ବଞ୍ଚାଅ’ର ବାତାବରଣ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ମୁଁ ବନାରସରୁ ନିର୍ବାଚନ ଲଢ଼ିବି। ଏହା ହେଉଛି ମୋର ଜନ୍ମସ୍ଥାନ, ଯାହାକୁ ମୁଁ କେବେ ବି ଛାଡିବି ନାହିଁ । ମୁଁ ପୂର୍ବରୁ ଲଢ଼େଇ କରିସାରିଛି। ରାହୁଲ ଗାନ୍ଧିଙ୍କ ପ୍ରଶ୍ନରେ ଅଜୟ ରାୟ କହିଛନ୍ତି ଯେ ସେ ନିଶ୍ଚିତ ଭାବେ ଆମେଠିରୁ ହିଁ ନିର୍ବାଚନ ଲଢ଼ିବେ।
ହଲାଲ ପ୍ରସଙ୍ଗରେ ରାୟ କହିଛନ୍ତି ଯେ ବିଜେପିର କାମ ହଙ୍ଗାମା କରିବା। ପୂର୍ବରୁ ମଦ୍ରାସା କଥା ଉଠାଉଥିବାବେଳେ ଏବେ ହଲାଲ ସାର୍ଟିଫିକେଟ୍ ପ୍ରସଙ୍ଗ ଉଠିଛି। ବିଜେପି କେବେ ରୋଜଗାର ଓ ମୁଦ୍ରାସ୍ଫୀତି କଥା କହୁନାହିଁ, ସେମାନେ କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି, ଉଭୟ ଅମିତ ଶାହା ଓ ଜୟ ଶାହା ବିଶ୍ୱକପ୍ ପାଇଁ ମୁଡରେ ଥିଲେ। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଅଜୟ ରାୟ କହିଛନ୍ତି ଯେ ମୁଁ ଏଠାକୁ ଆସିବା ପରେ ଉତ୍ତରପ୍ରଦେଶବାସୀଙ୍କୁ ନିର୍ବାଚନରେ ନିଶ୍ଚିତ ସମର୍ଥନ ମିଳିବ।
ସୂଚନାଯୋଗ୍ୟ ଯେ ଅଜୟ ରାୟ ଗତ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରାଣାସୀରୁ ପ୍ରତିଦ୍ବନ୍ଦିତା କରିଥିଲେ ଓ ଶୋଚନୀୟ ପରାଜୟ ବରଣ କରିଥିଲେ ।

nis-ad
Leave A Reply

Your email address will not be published.