ଟାଟା ପାୱାର ର ସେବା କମ ଶୋଷଣ ବେଶି, ସରକାର ଙ୍କୁ ମହାଙ୍ଗା ପଡ଼ିବ ଆଗାମୀ ନିର୍ବାଚନ…!

ମିଟର ରିଡିଙ୍ଗ ରେ ହେଉଛି ବିପୁଳ ଦୁର୍ନୀତି… ଅଭିଯୋଗ ଏଠାରେ ଧର୍ମକୁ ଆଖି ଠାର..!


ବ୍ରହ୍ମପୁର : ୨୧-୧୧ ଟାଟା ପାୱାର ର ଗ୍ରାହକ ଶୋଷଣ ନୀତି ସୀମା ଠାରୁ ବଳିଗଲାଣି ଟାଟା ପାୱାର ପ୍ରତି ବିଲରେ ମିଟର ରେଣ୍ଟ, ଇଲେକ୍ଟ୍ରି ଚାର୍ଜ ଏବଂ ଫିସ୍କେଡ଼ ଚାର୍ଜ ନାମରେ ବେଆଇନ ଭାବେ ପ୍ରତି ଗ୍ରହକ ଠାରୁ ଅତିରିକ୍ତ ଦେୟ ଆଦାୟ କରୁଥିବା ନେଇ ଅଭିଯୋଗ ହେଉଛି। ଯାହାକି ଦିନ ଦ୍ୱିପ୍ରହରେ ସାଧାରଣ ଜନତା ଙ୍କ ଟଙ୍କା ଲୁଟୁଥିବା ନେଇ ଚର୍ଚ୍ଚା ହେଉଛି। ଟାଟା ପାୱାର ର କିଛି ନିଜସ୍ୱ କର୍ମଚାରୀ ବେଆଇନ ଭାବେ ଗ୍ରହକ ମାନଙ୍କ ଘର କୁ ଯାଇ ବିଭିନ୍ନ ଆଳ ଦେଖାଇ ଜରିମାନା ଆଦାୟ କରୁଛନ୍ତି ଯାହାକୁ ନେଇ ଅଭିଯୋଗ ହେଉଛି । ବିଧାୟକ ଓ ସାଂସଦ ମାନେ ଏପରି ଅନ୍ୟାୟ କୁ ନିଜର ଟିକେଟ କଟିବା ଭୟ ରେ ମୁହଁ ନ ଖୋଲୁଥିବା ଯୋଗୁଁ ଗ୍ରାହକ ମାନଙ୍କ ମଧ୍ୟରେ ସରକାର ଙ୍କ ବିରୋଧ ରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି। ବେଆଇନ ଭାବେ ଆଦାୟ ଅର୍ଥ ରୁ କୁଆଡ଼େ ଗତ ୨୦୨୨ ମାର୍ଚ୍ଚ ମାସରେ ଟାଟା ପାୱାର ର ତତ୍କାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୫ କୋଟି ଟଙ୍କା ପାରିତୋଷିକ ଭାବେ ନେଇଥିଲେ ବୋଲି ଚର୍ଚ୍ଚା ହେଉଛି। ସାଧରଣ ଜନତା ସାଉଥ କୋ ସମୟ ପରଠାରୁ ବର୍ତ୍ତମାନ ଅଧିକ ବିଜୁଳି କାଟର ସମ୍ମୁଖୀନ ହେଉଛନ୍ତି। ନିଜର ଅସୁବିଧା ଜଣାଇବାକୁ ଗଲେ କୌଣସି କର୍ମଚାରୀ ଶୁଣୁବାକୁ ନାହାନ୍ତି। ସେବା କମ ଜୋର ଜୁଲମ କରି ଆଦାୟ ବେଶି ବୋଲି ଚର୍ଚ୍ଚା ହେଉଛି।ଟାଟା ପାୱାର କର୍ତ୍ତୁପକ୍ଷ ଓଡିଶା ବାହାରୁ ବିଭିନ୍ନ ସଂସ୍ଥା କୁ ଆଣି ମାଲିକାନା ସତ୍ତ୍ୱ ଦେଇ ଓଡ଼ିଆ ଲୋକଙ୍କୁ ଶ୍ରମିକ ଭାବେ ଖଟାଉଛନ୍ତି। ଉକ୍ତ ସଂସ୍ଥା ମାନେ ଶ୍ରମିକ ମାନଙ୍କୁ ଠିକ ସମୟରେ ପାଉଣା ଦେଉନଥିବା ମଧ୍ୟ ଅଭିଯୋଗ ହେଉଛି। ଶ୍ରମିକ ମାନଙ୍କ ଇ.ଏଫ.ପି, ଇ.ଏସ.ଆଇ ସରକାର ଙ୍କ ଠାରେ ଉଚିତ ଅର୍ଥ ପୈଠ କରୁ ନାହାନ୍ତି। କେତେକ ପ୍ରଭାବ ଶାଳୀ ବ୍ୟକ୍ତି ଓ ରାଜନେତା ଙ୍କ ମିଟର ଅଚଳ ଥିବା ବେଳେ ସାଧାରଣ ଲୋକଙ୍କ ମିଟର ଯାଞ୍ଜ କରିବାରେ କର୍ମଚାରୀ ମାନେ ତତ୍ପର ଥିବା ଲକ୍ଷକରାଯାଇଛି। ଏଠାରେ ଅଭିଯୋଗ ଧର୍ମ କୁ ଆଖି ଠାର କହିଲେ କିଛି ଭୁଲ ହେବ ନାହିଁ l ଗତ ଅକ୍ଟୋବର ମାସରେ ମିଟର ରିଡେର କର୍ମଚାରୀ ଙ୍କୁ ଦରମା ନ ମିଳିବା ଯୋଗୁଁ ସେମାନେ ମିଟର ରିଡିଙ୍ଗ ନେଇନଥିଲେ ଏବଂ ପରବର୍ତ୍ତୀ ସମୟରେ ଭୁଲ ମିଟର ରିଡିଙ୍ଗ ନେଇ ଗ୍ରାହକ ମାନଙ୍କୁ ହଇରାଣ କୁ ନେଇ ଅଭିଯୋଗ ହୋଇଛି କିନ୍ତୁ ପ୍ରଶାସନ ଚୁପ l ମିଟର ଖରାପ ଥିବା ସ୍ଥଳେ ମିଟର ରିଡିଙ୍ଗ ହୋଉଛି ଲିଖିତ ଅଭିଯୋଗ କଲେ ମଧ୍ୟ ଫଳ ଶୂନ l କମ୍ପାନୀ ମୋବାଇଲ ରେ ଗ୍ରାହକ ଙ୍କୁ ବିଲ ପୈଠ କରିବା ପାଇଁ ମେସେଜ ପଠାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଓଡ଼ିଶା ଜନସାଧାରଣ ଙ୍କ ଟାଟା ପାୱାର ବିରୋଧି ଅସନ୍ତୋଷ ଆଗାମୀ ସାଧାରଣ ନିର୍ବଚନ ରେ ବହୁ ମୂଲ୍ୟ ଦେବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି। ବେଳ ଥାଉ ଥାଉ ଟାଟା ପାୱାର ର ଏଭଳି ଗ୍ରହକ ଶୋଷଣ ନୀତି ବିରୁଦ୍ଧରେ ଉକ୍ତ ଶୋଷଣ କାରୀ ସଂସ୍ଥା କୁ ଓଡିଶା ରୁ ତଡ଼ି ବାକୁ ଜନସାଧାରଣ ଙ୍କ ପକ୍ଷରୁ ଦାବୀ ହେଉଥିବା ଚର୍ଚ୍ଚା ହେଉଛି। ଯାହାକି ଆଗାମୀ ନିର୍ବାଚନ ରେ ବିରୋଧୀ ଏହାକୁ ମୁଖ୍ୟ ଅସ୍ତ୍ର ଭାବରେ ଗ୍ରହଣ କରିବେ ଯାହାର ମୂଲ୍ୟ ଶାସକ ଦଳକୁ ଭୋଗିବାକୁ ପଡିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଲାଣି l

nis-ad
Leave A Reply

Your email address will not be published.