କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନ ଶୁଣାଣୀ ରାଜନଗରରେ ଅନୁଷ୍ଠିତ…

ରାଜନଗର -20.11.023 ରାଜ୍ୟରେ ସରକାରଙ୍କର ଜନସାଧାରଣଙ୍କୁ ହାତପାଖରେ ଵିଭିନ୍ନ ସମସ୍ୟାର ସମାଧାନ କରି ନ୍ୟାୟଦେବାକୁ କରିଥିବା ଯୋଜନା ତାହା ସ୍ବାଗତ ଯୋଗ୍ୟ କାର୍ଯ୍ୟକ୍ରମ। ସେଥିପାଇଁ ପ୍ରତ୍ୟେକ ସୋମବାର ପଲ୍ଲୀରେ ପ୍ରଶାସନ ଏବଂ ପ୍ରାୟ ତିନି ଚାରିମାସରେ ଥରେ ବ୍ଲକର ସଦର ମହକୁମାରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଚାଲିଛି। ଏହା ଦ୍ଵାରା ଜିଲ୍ଲା ଅଧିକାରୀ ମାନଙ୍କ ନିକଟକୁ ସାଧାରଣ ଜନତା ଖର୍ଚାନ୍ତ ହୋଈ ସମୟ ନଷ୍ଟ କରିବାକୁ ପଡିବ ନାହିଁ କିମ୍ବା ଵାରମ୍ବାର ପ୍ରଶାସନ ନିକଟକୁ ଦୌଡିବାକୁ ହେବ ନାହିଁ ।କିନ୍ତୁ ସରକାରରୀ ବାବୁମାନଙ୍କର ଏବେ ଅଲଟା କରିଛନ୍ତି , ଲୋକମାନେ ସମସ୍ୟାନେଇ ବ୍ଲକସ୍ତରରୁ ନିରାସ ହୋଇ ଜିଲ୍ଲା ପ୍ରଶାସନର ଦ୍ଵାରସ୍ତ ହୋଇ ମଧ୍ୟ ଵହୁ ଖର୍ଚାନ୍ତ ସମୟ ନଷ୍ଟ କରି ଵହୁଥର ଦୌଡିବାକୁ ପଡୁଥିଲା। ଏଵେ ଜିଲ୍ଲାସ୍ତରରୁ ବ୍ଲକ ସ୍ତରୀୟ ଅଧିକାରୀମାନେ ଲୋକମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଵାରମ୍ବାର ଲୋକମାନଙ୍କ ନିକଟକୁ ଵହୁ ଅର୍ଥ ଵ୍ୟୟ କରି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଓ ପଲ୍ଲୀରେ ପ୍ରଶାସନ କାର୍ଯକ୍ରମରେ ନ୍ୟାୟ ଦେବାକୁ ଧାଇଁ ଆସୁଥିବା ଵେଳେ ଲୋକଙ୍କର ସମସ୍ୟା ଅଧିକ ଜଟିଳ ହୋଇପଡୁଥିବା ବହୁଲୋକ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆଜି ରାଜନଗର ବ୍ଲକ କାର୍ଯ୍ୟାଳୟ ରାଜୀବଗାନ୍ଧୀ ସେବା କେନ୍ଦ୍ର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାସ୍ତରୀୟର ଵିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିବା ବେଳେ ବ୍ଲକ ସ୍ତରୀୟସମସ୍ତ ଵିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଶୁଣାଣି କାର୍ଯ୍ୟକ୍ରମରେ ଆଗପରି ପ୍ରଶାସନିକ ଅଧିକାରୀଙ୍କ ଉପରେ ଲୋକମାନଙ୍କର ନ୍ୟାୟମିଳିବା ଵିଶ୍ବାସ କ୍ରମଶ ତୁଟି ଯାଉଛି।ଫଳରେ ପଲ୍ଲୀରେ ପ୍ରଶାସନ ଓ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ଅଧିକ ଅଭିଯୋଗ କାରୀ ଆସୁନାହାନ୍ତି। ଆଜି ମୋଟ 127 ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ଵେଳେ 119ଜଣ ବ୍ୟକ୍ତିଗତ ଓ 8ଜଣ ଗୋଷ୍ଠିଗତ ଅଭିଯୋଗ ହୋଇଛି। ଏଥିମଧ୍ୟରୁ ବହୁ ଅଭିଯୋଗ କାରୀ ଗଣମାଧ୍ୟମକୁ କହିଛନ୍ତି ଆମର ଅଭିଯୋଗ ଆଜି ନୁଆ ନୁହେଁ କେତେଥର ଜିଲ୍ଲାପାଳଙ୍କ ଜନଶୁଣାଣି ଓ ଆମ୍ଭ ପଞ୍ଚାୟତରେ ଅନୁଷ୍ଠିତ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଅଭିଯୋଗ କରି ଆସୁ ଥିଲେ ମଧ୍ୟ ଫଳପ୍ରଦ ନାହିଁ। ଲୋକମାନଙ୍କର ଏପରି ଅଭିଯୋଗ ଭିତରେ ରାସନ କାର୍ଡ, ଆବାସ ଯୋଜନା ଆଦି ଅତ୍ୟଧିକ ଅଭିଯୋଗ ରହିଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଏସ୍ପି, ଉପଜିଲ୍ଲାପାଳ, ଏଵଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ଵେଳେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବ୍ଲକ ଅଧିକାରୀ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉକି ବ୍ଲକ ଅଧିକାରୀ ତାଙ୍କର ହାତଗଣତି ସାମ୍ଵାଦିକଙ୍କୁ ସଵୁ ପରି ଆଜିର ଜନଶୁଣାଣି କାର୍ଯ୍ୟକ୍ରମ ପାଇଁ ସୂଚନା ଦେଇଥିବା ବେଳେ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ହେୟଜ୍ଞାନ କରି ସୂଚନା ଦେଇନଥିଲେ ଫଳରେ ବିଡିଓ ଗଣମାଧ୍ୟମଙ୍କ ପ୍ରତି ପାତର ଅନ୍ତର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ସେଥିରେ ସୁଧାର ଆଣୁନଥିବାରୁ ସରକାରଙ୍କର କାର୍ଯ୍ୟକ୍ରମ ଓ ଯୋଜନା ଗୁଡିକ ସୀମିତ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଵେଳେ ସାର୍ବଜନୀନ ହୋଇପାରୁନାହିଁ। ଦିନ ଥାଉ ଥାଉ ଵିଡିଓ ନିରପେକ୍ଷ ସୂଚନା ପ୍ରଦାନ କରିବାକୁ ଵୁଦ୍ଧିଜୀଵୀ ମହଲରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.