ଇନ୍ଦି ପର୍ବରେ ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ.. !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧିନରେ ଥିବା ଡୁମେରଯୋର ପଞ୍ଚାୟତ ଅନ୍ତର୍ଗତ ଡୁମେରଯୋର ବସ୍ତିରେ ଗତ କାଲି ଇନ୍ଦ୍ ପର୍ବ ପାଳନ କରାଯାଇଥିଲା ! କୌଣସି ସୂତ୍ରରୁ ପ୍ରକାଶ ଯେ ପ୍ରଶାସନରୁ ବିନା ଅନୁମତିରେ ଏହି ପର୍ବକୁ ପାଳନ କରୁଥିବା ବେଳେ କାଦୋବାହାଲ୍ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ିବାହାର ଗ୍ରାମର ଲାଝୁ କୁଜୁରଙ୍କ ପୁଅ ପ୍ରଦୀପ କୁଜୁର ୨୬ ବର୍ଷଙ୍କ ଉପରେ ମାରାତ୍ମକ ଆକ୍ରମଣ ହେଇଥିଲା ! ପ୍ରଦିପଙ୍କ ସାନ ଭାଇର କହିବା ଅନୁଯାୟୀ ଡୁମେରଯୋର ଇନ୍ଦ୍ କମିଟିର ଲୋକେ ଆକ୍ରମଣ କରିଥିବା ଜଣାପଡିଛି ! ସାନ ଭାଇଙ୍କ କହିବା ଅନୁଯାୟୀ କିଛି କଥାକୁ ନେଇ କଥା କଟା କଟି ହେଇଥିବାରୁ ଏହି ଘଟଣାଟି ଘଟିଥିଲା ! ପର୍ଦିପ ଘଟଣା ସ୍ଥଳରେ ଗୁରୁତର ହୋଇ ଚେତସୁନ୍ୟ ଅବସ୍ଥାରେ ପଡ଼ିଥିଲେ ସାନ ଭାଇ ଏହା ଦେଖି ସାଙ୍ଗେ ସାଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ ! ପ୍ରଦୀପ ଗୁରୁତର ହେଇଥିବାରୁ ଅଧିକ ଚିକିତ୍ସା ପାଇଁ ଯାଏଁପ୍ରକାଶ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି ! ଏହି ପର୍ବରେ ପ୍ରଶାସନ ଆଖିତଳେ ମୋଦ ବେପାର , ଜୁଆ ଖେଳ ଏବଂ ଆର୍କେଷ୍ଟ୍ରା ପ୍ରଗ୍ରାମ ହୋଇଥିଲା ! ଦୂରଦୂରାନ୍ତରୁ ବହୁ ମାତ୍ରାରେ ପୁରୁଷ ଓ ମହିଳା ମାନେ ଆସି ନାଚଗୀତ କରିଥାନ୍ତି ! ବେଳେ ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି !

nis-ad
Leave A Reply

Your email address will not be published.