ଅନ୍ଧାରୀଖୋଳରେ ୬ ଦିନିଆ ହକି ପ୍ରତିଯୋଗିତା ଉଦଯାପିତ: ତୁଳସୀ ତଇଲା ଚମ୍ପିୟାନ…

ଦେବଗଡ଼,୨୦ା୧୦, : ରିଆମାଳ ବ୍ଲକ ନୂଆଡିହୀ ଗ୍ରାମ ପଂଚାୟତ ଅନ୍ଧାରୀଖୋଳ ଗ୍ରାମରେ ବିର୍ସା ମୁଣ୍ଡା ଜୟନ୍ତୀ କମିଟୀ ଆନୁକୂଲ୍ୟରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ୬ ଦିନିଆ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଚାନ୍ଦିପୋଶି ହକି ଦଳକୁ ଟାଇବେକର ସହାୟତାରେ ପରସ୍ତ କରି ତୁଳସୀ ତଇଳା ହକି ଦଳ ଚମ୍ପିୟାନ ହୋଇଥିଲା । ଫାଇନାଲ ମ୍ୟାଚକୁ ରାମ ମୁଣ୍ଡା ଓ କାଣ୍ଡେମୁଣ୍ଡା ପରିଚାଳନା କରିଥିଲେ । ସଂଧ୍ୟାରେ ବିର୍ସା ମୁଣ୍ଡା ଜୟନ୍ତୀ କମିଟୀର ସବାପତି ପାଣ୍ଡୁ ମୁଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉ୍‌ଧାପନୀ ତଥା ପୁରସ୍କାର ବିତରଣି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲା କଂଗ୍ରେସ କମିଟୀ ସବାପତି ସେମ ହେମ୍ରମ , ସମ୍ମାନୀତ ଅତିଥି ଭାବେ ମନମୋହନ ମହାକୁଳ, କୃଷ୍ନ ଭାଇ ଓ ବିଷ୍ନୁ ଭାଇ ଯୋଗଦେଇ ଚମ୍ପିୟାନ ତୁଳସୀତଇଳା ହକି ଦଳକୁ ପୁରସ୍କାର ଭାବେ ଏକ ଖାସି ପ୍ରଦାନ କରିଥିଲେ । ଶେଷରେ ବିର୍ସା ମୁଣ୍ଡା ଜୟନ୍ତୀ କମିଟୀର ସମ୍ପାଦକ ମାଙ୍ଗରା ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶାନ୍ତ ପ୍ରତିଯୋଗିତା ଆୟୋଜନରେ ତୁରୀ ମୁଣ୍ଡା, ସୁଶାନ୍ତ ମୁଣ୍ଡା ଓ ଚୁନୁ ମୁଣ୍ଡା ପ୍ରମୁଖ ସକ୍ରିୟ ସହ ଯୋଗ କରିଥିଲେ ।

nis-ad
Leave A Reply

Your email address will not be published.