ସୁଗୁଡା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ…

ଦେବଗଡ଼,୨୦ା୧୦ : ତିଲେଇବଣି ବ୍ଲକ ସୁଗୁଡା ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ଅପୂର୍ବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମେଶ୍ୱର ନାଏକ ସଭାପତିତ୍ୱରୋ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ବିଜ୍ଞାନ ନିରୀକ୍ଷିକା ଇପସିତା ପଟ୍ଟନାୟକ ଏହି ପ୍ରଦର୍ଶନୀ ମେଳାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା କ୍ରୀଡା ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଅଜୟ କୁମାର ପ୍ରଧାନ , ସୁଗୁଡା କ୍ଲଷ୍ଟରର ସିଆର୍‌ସିସି ପ୍ରାଣବନ୍ଧୁ ଘଡେଇ ଓ ମୂଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହିମାଂଶୁ ଶେଖର ଦେହୁରୀ ସ୍ୱାଗତ ଭାଷନ ପ୍ରଦାନ କରିଥିବା ବେଳେ ଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ଦୀପିକା ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ବିଜ୍ଞାନ ପ୍ରଦର୍ଶନୀ ମେଳାରେ ମୋଟ ୩୯ଟି ପ୍ରକଳ୍ପ ପ୍ରଦର୍ଶୀତ ହୋଇଥିବା ବେଳେ ଶ୍ରେଷ୍ଠ ୫ ଜଣ କୁନି ବୈଜ୍ଞାନିକଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ମେଳା ଆୟୋଜନରେ ବରିଷ୍ଠ ଶିକ୍ଷକ ତ୍ରିନାଥ ସାହୁ, ପିଂଟୁ ସାହୁ, ତ୍ରିବେଣୀକାନ୍ତ ସାହୁ, ପରମେଶ୍ୱର ସିଂ ଓ ରଶ୍ମିତା ପ୍ରଧାନ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.