କୁନି କରାଟେ କୁଇନ୍ କନ୍ଧମାଳର ଗୌରବ ସାନଭି ସାଧନା…

ଫୁଲବାଣୀ : ଦିଲ୍ଲୀରେ ଆରମ୍ଭ ହୋଇଥିବା ଜାତୀୟ ସବ ଜୁନିୟର କରାଟେ ଚାମ୍ପିୟନସିପରେ ତା -18/19 ଏହି ଦୁଇ ଦିନରେ ଓଡିଶା ଟିମକୁ ସଫଳତା ମିଳିଛି ମୋଟ -25 ଟି ପଦକ l ସ୍ଵର୍ଣ୍ଣ -07, ରୌପ୍ୟ -06 ଏବଂ କାଂସ୍ୟ -12ଟି l ଏହି 25 କରାଟେ ମାନଙ୍କ ଭିତରେ ଅଛନ୍ତି ସାନଭି ସାଧନା l ସେ 7 ବର୍ଷ ବୟସ 20 କି.ଗ୍ରା ବର୍ଗରେ ଫାଇଟ କରି କାଂସ୍ୟ ପଦକ ହାତେଇ ଉତ୍କଳ କରାଟେ ସ୍କୁଲ କନ୍ଧମାଳ ଏବଂ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି l ସାନଭି ଶଙ୍କରାଖୋଲ ବାସିନ୍ଦା ଅଟନ୍ତି କିନ୍ତୁ ବର୍ତ୍ତମାନ ବସ୍ତିଙ୍ଗିଆ ବ୍ଲକରେ ରହନ୍ତି l ପିତା -ଆଶିଷ କୁମାର ଏବଂ ମାତା – ସୁପ୍ରଭାଙ୍କ ଝିଅ ସାନଭି ସେ 5 ଵର୍ଷ ବୟସରେ ଉତ୍କଳ କରାଟେ ସ୍କୁଲ ଟିକାବାଲି ଠାରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ l

ସାନଭିର ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ବହୁତ ବଡ଼ ଭୂମିକା କରାଟେ ସ୍କୁଲ କନ୍ଧମାଳର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ଜୁନେସ ଦିଗାଲ ଏବଂ ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର କହଁରଙ୍କର ଦୃଢ଼ ପ୍ରଚେଷ୍ଟା ଏବଂ ସାନଭିର ପରିଶ୍ରମ ଆଜି ତାଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇ କାଂସ୍ୟ ପଦକ ଜିତିବାରେ ସଫଳ କରିଛି l ସାନଭିର ପରବର୍ତ୍ତୀ ଲକ୍ଷ୍ୟ ଏବଂ ସଂକଳ୍ପ ସ୍ଵର୍ଣ୍ଣ ପଦକ l ସାନ ବେଳୁ ସାନଭିର କରାଟେ ପ୍ରତି ରୁଚି ଥିଲା ସେ ଦିନେ କରାଟେରେ ଜାତୀୟ ସ୍ତରରେ ଖେଳି ପଦକ ଜିତିବେ ସେହି ଆଶା ଆଜି ସାନଭିଙ୍କର ସାକାର ହୋଇଛି l ବାପା, ମାଙ୍କର ଭଲପାଇବା ଏବଂ ସେପଟେ ଆଜି ଝିଅର ଭବିଷ୍ୟତ ଉଜ୍ବଳ କରିଦେଇଛି l ଝିଅର ସଫଳତାରେ ପିତା, ମାତା ଏବଂ ପରିବାର ବର୍ଗ ବହୁତ ଗର୍ଭିତ ଓ ଖୁସି ଅଟନ୍ତି l ସାନଭି କରାଟେ ଆସୋସେସନ କନ୍ଧମାଳ ପାଇଁ ଗର୍ବ ଓ ଗୌରବ ସେ ଏକ ମାତ୍ର କୁନି କରାଟେ ଯିଏକି ପ୍ରଥମ ଜାତୀୟ ପଦକ କରାଟେ ସ୍କୁଲ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସମର୍ପିତ କରିଛନ୍ତି l କନ୍ଧମାଳର ପ୍ରଥମ ଜାତୀୟ ପଦକ ବିଜେତା ହିସାବରେ l ସାନଭିଙ୍କର ଏହି ସଫଳତାରେ କନ୍ଧମାଳ କରାଟେ ମହଲରେ ଖୁସିର ଲହରୀ ଖେଳିଯାଇଛି ତତ ସହିତ କନ୍ଧମାଳବାସୀ ସାନଭିର ସଫଳତାରେ ଭୁରୀ ଭୁରୀ ପ୍ରଶଂସା କରବା ସହିତ ଶୁଭେଚ୍ଛା ଜଣେଇଛନ୍ତି l

nis-ad
Leave A Reply

Your email address will not be published.