ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ…

crime-750x430

ଭୁବନେଶ୍ୱର:ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ । ଅଫିସରେ ପଶି ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ।  ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

ଘଟଣା ଘଟିଛି ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ । ବସଷ୍ଟାଣ୍ଡ ପଛପାଖରେ ଥିବା କୃତ୍ତିବନ୍ଧୁ ଆପାର୍ଟମେଣ୍ଟର ୨ୟ ମହଲାରେ ଏକ ବିଲଡର ସଂସ୍ଥା ରହିଛି । ଏଠାରେ ମଧୁସ୍ମିତା ଦାସ ନାମ୍ନୀ ଜଣେ ମହିଳା କାମ କରନ୍ତି ।

ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ହଠାତ ମଧୁସ୍ମିତାଙ୍କ ସ୍ୱାମୀ ଅଫିସ ଭିତରକୁ ପଶି ଆସି ପତ୍ନୀଙ୍କୁ ଖୋଜିଥିଲେ । ତାଙ୍କର ଉଗ୍ରରୂପ ଦେଖି କର୍ମଚାରୀମାନେ ଭୟଭୀତ ହୋଇ ଯାଇଥିଲେ । ମଧୁସ୍ମିତାଙ୍କୁ ଦେଖିବା ପରେ ସାଙ୍ଗରେ ଆଣିଥିବା ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ମଧୁସ୍ମିତା ଜୀବନ ବିକଳରେ ଦୌଡି ପଳାଇବାକୁ ଚାହୁଁଥିଲେ ହେଁ ଆକ୍ରମଣରୁ ରକ୍ଷା ପାଇପାରି ନ ଥିଲେ । ଅଫିସ ସାରା ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଅନ୍ୟ କର୍ମଚାରୀମାନେ ବହୁ କଷ୍ଟରେ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ ।

ସେପଟେ ମଧୁସ୍ମିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ଉଦବେଗଜନକ ଅଛି । ତେବେ କାହିଁକି ସେ ଏପରି ଆକ୍ରମଣ କଲେ ତାର କାରଣ କିଛି ଜଣା ପଡି ନାହିଁ ।

nis-ad
Leave A Reply

Your email address will not be published.