ରାଜଧାନୀରେ ଡିସେମ୍ବର ଶେଷ ରବିବାର ସକାଳେ ଆରମ୍ଭ ହେବ ‘ରାହାଗିରି’

Raahgiri

ଭୁବନେଶ୍ବର: ଶୀତୁଆ ସକାଳରେ ଏବେ ରାଜପଥରେ ଜମିବ ଭିଡ । ରାଜଧାନୀରେ ପୁଣି ଆରମ୍ଭ ହେବ ପଥଉତ୍ସବ ‘ରାହାଗିରି’ । ଡିସେମ୍ବର ୧୦ ତାରିଖ ଶେଷ ରବିବାର ଓ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନୋଟି ଜୋନରେ ତିନୋଟି ରାହାଗିରି ଅନୁଷ୍ଠିତ ହେବ । ଏନେଇ ଆଜି ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କମିଟି ଗଠନ ହୋଇଛି ।

ପ୍ରତି ଜୋନରୁ ଦୁଇ ଜଣ ଲେଖାଏଁ କର୍ପୋରେଟର ଓ ଆଡିସନାଲ କମିଶନରଙ୍କୁ ନେଇ ଏହି କମିଟି ଗଠନ ହୋଇଛି । ରାହାଗିରିରେ କ’ଣ କ’ଣ ସବୁ କରାଯିବ, ତାହା କମିଟି ନିର୍ଦ୍ଧାରଣ କରିବ । ବିଏମସି ର ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ ।

ତେବେ ଏହି ପଥଉତ୍ସବ ‘ରାହାଗିରି’ ରେ ପୁଣି ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ସାଙ୍ଗକୁ, ଝୋଟିଚିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାରର କ୍ରୀଡା, ଭଳିକି ଭଳିକି ଷ୍ଟଲରେ ଶୀତୁଆ ସକାଳରେ ଚା’ ଓ ଜଳଖିଆର ମଜାନେବେ ରାଜଧାନୀବାସୀ ।

nis-ad
Leave A Reply

Your email address will not be published.