ଆସନ୍ତାକାଲି ଅଁଳାନବମୀ, ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ…

image-19

ସାକ୍ଷୀଗୋପାଳ: ଆସନ୍ତାକାଲି (ମଙ୍ଗଳବାର) ଅଁଳାନବମୀ ତଥା ରାଧାପାଦ ଦର୍ଶନ । ଓଡିଆଣୀ ବେଶରେ ସଜିଇ ହେବେ ମାଆ ରାଧାରାଣୀ । ସାକ୍ଷୀଗୋପାଳ ସ୍ଥିତି ପ୍ରଭୁ ଶ୍ରୀ ଗୋପୀନାଥଙ୍କ ମନ୍ଦିରରେ ରାଧାପାଦା ଦର୍ଶନ କରିବେ ଶ୍ରଦ୍ଧାଳୁ । ପବିତ୍ର ଅଁଳାନବମୀ ତିଥିରେ ଶ୍ରୀ ରାଧା ପାଦଦର୍ଶନର ପରମ୍ପରା ରହିଥିବାବେଳେ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ବର୍ଷକୁ ଥରେ ମାତ୍ର ଏହି ଦର୍ଶନ କରି ସୌଭାଗ୍ୟ ଲାଭ କରିଥାନ୍ତି ଭକ୍ତ । ଏଥିପାଇଁ ସାରା ଓଡିଶାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।

ତେବେ ଚଳିତ ରାଧାପାଦ ଦର୍ଶନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରସ୍ତୁତି । ରାଧାପାଦ ଦର୍ଶନ ପାଇଁ ମନ୍ଦିର ସମ୍ମୁଖ ଭାଗରେ ପ୍ରଶାସନ ପକ୍ଷରୁ ୩ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ ଠାରୁ ଆରମ୍ଭ କରି ମୋବାଇଲ ଷ୍ଟାଣ୍ଡ, ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ରାଧାପାଦ ଦର୍ଶନ କରିପାରିବେ । ମାତ୍ର ରାଧା ପାଦ ସ୍ପର୍ଶ କରିପାରିବେ ନାହିଁ ।

ଅନ୍ୟପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପ୍ରାୟ ୧୦୦ରୁ ଅଧିକ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

nis-ad
Leave A Reply

Your email address will not be published.