ରାଜ୍ୟରେ ଆସନ୍ତା ଦୁଇ ଦିନ ବର୍ଷା ସମ୍ଭାବନା, ରାତି ତାପମାତ୍ରା ୧୧ ଡିଗ୍ରୀକୁ ଖସିଲା…

1-10-750x424

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇ ଦିନ ବର୍ଷା ସମ୍ଭାବନା ରହିଛି । ଏଥିସହିତ ପୁଣି ରାଜ୍ୟକୁ ଫେରିଛି ଶୀତ  । ଜି ଉଦୟଗିରିରେ ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରିକାଳୀନ ତାପମାତ୍ର ୧୧ ଡିଗ୍ରୀ ସେଲ୍ସିୟସକୁ ଖସିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଗତ ରାତିରେ ୫ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ କମ ଥିବା ରେକର୍ଡ କରାଯାଇଛି । ଜି.ଉଦୟଗିରି ସମେତ କୋରାପୁଟରେ ରାତି ତାପମାତ୍ର ୧୨.୧ ଡିଗ୍ରୀକୁ ଖସିଥିବାବେଳେ ଦାରିଂବାଡିରେ ୧୩.୫, ସେମିଳିଗୁଡାରେ ୧୪.୨ ଏବଂ ଫୁଲବାଣୀରେ ୧୪.୫ ଡିଗ୍ରୀ ସେଲସିଅସ ଥିବା ରେକର୍ଡ କରାଯାଇଛି ।

ଟୁଇନ ସିଟି ଭୁବନେଶ୍ୱର ଏବଂ କଟକରେ ଯଥକ୍ରମେ ୨୦.୩ ଏବଂ ୨୦ ଡିଗ୍ରୀ ତାପମାତ୍ରା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ଉତ୍ତର ଓଡ଼ିଶାରେ ମଧ୍ୟ ଗୋଟିଏ ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା  ହ୍ରାସ ପାଇଥିବାବେଳେ ଆଭ୍ୟନ୍ତାରୀଣ ଓଡ଼ିଶା ତଥା ରାଜ୍ୟ ଏକାଧିକ ସ୍ଥାନରେ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିଛି ।

ଆସନ୍ତା ୪/୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନର ସମ୍ଭାବନା ନ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.