ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ : ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

Screenshot-2023-11-20-135359-e1700469745551

ପୁରୀ : ପରିକ୍ରମା ପ୍ରକଳ୍ପ , ଚାରିଦ୍ବାର ଖୋଲିବା , ଭିଡ ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ  । ପ୍ରତିଦିନ ପୁରୀକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସୁଛନ୍ତି  । କିନ୍ତୁ ଶ୍ରୀଜିଉଙ୍କୁ ଦର୍ଶନ କରିବା ଲାଗି ଲମ୍ବା ଲାଇନରେ ଛିଡା ହେବାକୁ ପଡୁଛି । ଯାହାକୁ ନେଇ ବିଭିନ୍ନ ସମୟରେ ଭକ୍ତମାନଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଲୋକ ଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ । ତେଣୁ ପ୍ରକଳ୍ପ ହେଉ ମାତ୍ର ଐତିହ୍ୟକୁ ନଷ୍ଟ କରାନଯାଉ ବୋଲି କହିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ  ।

ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ସୃଷ୍ଟି କରାନଯାଉ । ଏବେ କାର୍ତ୍ତିକ ମାସ ଚାଲିଛି  । ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି  । ଯେହେତୁ ପ୍ରକଳ୍ପ କାମ ଚାଲିଛି  । ତେଣୁ ଭକ୍ତମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ତେଣୁ ଗୋଟିଏ ଦ୍ବାରରେ ପ୍ରକଳ୍ପ କାମ କରାଯାଇ ଅନ୍ୟ ୩ଟି ଦ୍ବାର ଖୋଲିଦେଲେ ଭକ୍ତମାନେ ସୁବିଧାରେ ମନ୍ଦିରରେ ପ୍ରବେଶ କରିପାରିବେ । ପୁରୀ ଯାଇଥିଲି , ଏସବୁ ଦେଖି ବହୁ କଷ୍ଟ ଲାଗିଲା ବୋଲି କହିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ।

nis-ad
Leave A Reply

Your email address will not be published.