ଫୁଟବଲ ପ୍ରତିଯୋଗିତା ଉଦଯାପିତ: ଢୋଲପଡା ଫୁଟବଲ କ୍ଲବ ଚମ୍ପିୟାନ…

ଦେବଗଡ଼,୨୦|୧୧):ତିଲେଇବଣି ବ୍ଲକ କଂସର ଗ୍ରାମପଂଚାୟତ ସଦର ମହକୁମା ଖେଳ ପଡିଆଠାରେ କଂସର ଫୁଟବଲ କ୍ଲବ ଆନୁକୂଲ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦ୍ୱି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ସମ୍ବଲପୁର ଜିଲାର ବଞ୍ଜାରୀ ଫୁଟବଲ କ୍ଲବକୁ ଟାଇବ୍ରେକର ସହାୟତାରେ ୩-୦ ଗୋଲରେ ପରାସ୍ତ ତିଲେଇବଣି ବ୍ଲକର ଢୋଲପଡା ଫୁଟବଲ କ୍ଲବ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚକୁ ରେଫରୀ ଭାବେ ପଦ୍ମଚରଣ ଗୁରୁ, ସଂଗମ, ଭୁପେନ ଓ ଯଶୋବନ୍ତ ପରିଚାଳନା କରିଥିଲେ । ଆଜି ସଂଧ୍ୟାରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଂଜରୀ ଦେଇ , ସମ୍ମାନିତ ଅତିଥି ଭାବେ କଂସର ଗ୍ରାମ ପଂଚାୟତର ସରପଂଚ ଅମୂଲ୍ୟ ଧରୁଆ,ସମିତି ସଦସ୍ୟ ସୁରଜ ରାଜ ଧରୁଆ ଓ ଗ୍ରାମ ମଂଗଳ କମିଟୀର ସଭାପତି ଗୁରୁଚରଣ ପଟ୍ଟା ଯୋଗଦେଇ ଚମ୍ପିୟାନ ଢୋଲପଡା ଫୁଟବଲ କ୍ଲବ ଓ ରନର୍ସ ଅପ୍ ବଞ୍ଜାରୀ ଫୁଟବଲ ଦଳକୁ ଟ୍ରଫି ସହ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ । ପ୍ରତିଯୋଗିତା ଆୟୋଜନରେ କ୍ଲବର ସଦସ୍ୟ ପ୍ରତୀକ, ଚିକୁ, ନରେନ୍ଦ୍ର ,ମିଥୁନ, ଭାସ୍କର ,ଆଦିତ୍ୟ ଓ ବିଭୁତିଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.