ବିଶ୍ଵ ଶୌଚାଳୟ ଦିବସ ପାଳିତ…

ଚିକିଟୀ : ଆଜି ବ୍ଲକର ସମସ୍ତ ପଞ୍ଚାୟତରେ ବିଶ୍ଵ ଶୌଚାଳୟ ଦିବସ ପାଳିତ ହୋଇଥିବାବେଳେ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶୌଚାଳୟ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରିବେଶ ସ୍ୱଚ୍ଛତା,ପାଇଖାନା ବ୍ୟବହାର ସମ୍ପର୍କିତ ପ୍ଲାକ କାର୍ଡ ଧରି ଓ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା ସହିତ ଲୋକଙ୍କୁ ସଚେତନ କରାଇଥିଲେ l ବ୍ଲକ୍ ଅଧକ୍ଷ ଆପନ୍ନା ସେଠୀ ଯୋଗ ଦେଇ କ।ର୍ଯକ୍ରମର ଉଦ୍ଘାଟନ କରିଥିଲେ l

ପରେ ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ବରେ ସଭାରେ ଜି ପି ଓ ଚକ୍ରଧର ପ୍ରଧାନ,ବି ଆର ସି ଶିବ ରଞ୍ଜନ ସିଂ,ପି ଇ ଓ ଦଣ୍ଡପାଣି ପାତ୍ର, ଜିଆରେଏସ ରାଜେନ୍ଦ୍ର ପଟ୍ଟନାୟକ ଯୋଗଦେଇ ପରିବେଶର ସ୍ୱଚ୍ଛତା ରକ୍ଷା ପାଇଁ କି କି ପଦକ୍ଷେପ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି ତାହା ଉପରେ ଆଲୋକପାତ କରିବା ସହ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ସ୍ବପ୍ନକୁ ସାକାର କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଅଟେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା,ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହି କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କ ସମେତ ପଞ୍ଚାୟତର ଏମ ବି କେ,ଅଙ୍ଗନୱାଡ଼ି,ଓ ସି ଆର ପି ପ୍ରମୁଖ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.