କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ସୁନାମୁଣ୍ଡା କ୍ରିକେଟ କ୍ଲବ ଚମ୍ପିୟାନ…

ଦେବଗଡ଼ :ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମପଂଚାୟତ ଅନ୍ତର୍ଗତ କଦମଦର୍ହ ଖେଳ ପଡିଆଠାରେ ‘କେଡିଏମ୍ ୱାରିଅର୍‌’ ଆନୁକୂଲ୍ୟରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ତ୍ରି ଦିବସୀୟ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ରେଙ୍ଗତା କ୍ରିକେଟ କ୍ଲବକୁ ୭ ଉଇକେଟରେ ପରାସ୍ତ କରି ସୁନାମୁଣ୍ଡା କ୍ରିକେଟ କ୍ଲବ ଚମ୍ପିୟାନ ହୋଇଛି । ଆଜିର ଫାଇନାଲ ମ୍ୟାଚକୁ ଅମ୍ପାୟାର ଭାବେ ପପୁନ ସାହୁ ଓ ଚନ୍ଦନ ପେଂଠେଇ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଅକାଶ କୁମାର ସାହୁ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ । ଅପରାହ୍ନରେ ଆୟୋଜକ ‘କେଡିଏମ୍ ୱାରିଅର୍‌’ର ସଭାପତି ସୁଜିତ ଶବରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଯୋଗଦେଇ ଚମ୍ପିୟାନ ସୁନାମୁଣ୍ଡା କ୍ରିକେଟ କ୍ଲବ ଓ ରନର୍ସ ଅପ୍ ରେଙ୍ଗତା କ୍ରିକେଟ କ୍ଲବକୁ ଟ୍ରଫି ସହ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସମ୍ପାଦକ ପପୁନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରତିଯୋଗିତା ଆୟୋଜନରେ କ୍ଲବର ସଦସ୍ୟ ଓମ ପ୍ରକାଶ ବେହେରା, ଅରୁଣ ମାଟିଆରୀ, ନରେଶ ପେଂଠେଇ, ଚନ୍ଦନ ପେଂଠେଇ,ସୁନୀଲ ମୁଣ୍ଡା, କିରଣ ପେଂଠେଇ, ଶ୍ରୀକାନ୍ତ ସାହୁ ଓ ରାଜେଶ ପେଂଠେଇ ଙ୍କ ସମେତ ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.