ଚୋରା ବାଲି ସମ୍ରାଟ ମୁଦୁଲି ର ଖୋଳ ତାଡ଼ ଚାଲିଛି,:ନକଲି ୱାଇ-ଫର୍ମ ଗୁମର ଖୋଲିଲା ତିନି ଗିରଫ..


ଭୁବନେଶ୍ୱର:୧୬-୧୧ ଚୋରା ବାଲି ସମ୍ରାଟ କୃପସିନ୍ଧୁ ମୁଦୁଲି ନକଲି ୱାଇ-ଫର୍ମ ର ଗୁମର ଖୋଲିଲା। ଶେଷରେ ପୋଲିସ ର ହାତରେ ଲାଗିଲା ନକଲି ୱାଇ-ଫର୍ମ ପ୍ରିଣ୍ଟ ହେଉଥିବା ଅଫସେଟ ପ୍ରିଣ୍ଟିଙ୍ଗ ପ୍ରେସ। ବ୍ରହ୍ମପୁର ବୈକୁଣ୍ଠ ନଗର ଦ୍ୱିତୀୟ ଲାଇନ ରେ ଥିବା ମା ସନ୍ତୋଷୀ ପ୍ରିଣ୍ଟିଙ୍ଗ ପ୍ରେସ ରେ ଏହି ନକଲି ୱାଇ-ଫର୍ମ ପ୍ରିଣ୍ଟ ହେଉଥିଲା। ପୋଲିସ ଅମରେନ୍ଦ୍ର ପାଣିଗ୍ରାହୀ ଙ୍କ ଘରୁ ପ୍ରିଣ୍ଟିଂଙ୍ଗ ମେସିନ ସହ ତାଙ୍କୁ ଗିରଫ କରିଛି। ମୁଦୁଲି ପାଖରେ କାମ କରୁଥିବା ଗଜପତି ଜିଲ୍ଲା ର କାଶୀନଗର ର ଡ଼ି.ରମେଶ କୁମାର, ନିଶିକାନ୍ତ ନାୟକ ନକଲି ୱାଇ-ଫର୍ମ ଏହି ପ୍ରିଣ୍ଟିଙ୍ଗ ପ୍ରେସ ରେ କରୁଥିବା ଅଭିଯୋଗ ରେ ଗିରଫ କରାଯାଇଛି। ଚୋରା ବାଲି ସମ୍ରାଟ କୁ କୋଦଳା ପୋଲିସ ଅକ୍ଟୋବର ମାସ ୧୪ ତାରିଖ ରେ କୃପାସିନ୍ଧୁ ମୁଦୁଲି କୁ ଗିରଫ କରିଥିଲା। ସେବେ ଠାରୁ ମୁଦୁଲି କୁ ଦୁଇଥର ରିମାଇଣ୍ଡ ରେ ଆଣି ଜେରା କରାଯାଇଛି। ଚୋରା ବାଲି ସମ୍ରାଟ ର ବ୍ୟବସାୟ ଆଜିକାର ନୁହେଁ ବିଗତ ତିରିଶ ବର୍ଷ ହେଲା ସେ ଏହି ବ୍ୟବସାୟ କରିଆସୁଥିଲା। ଦୀର୍ଘ ବର୍ଷ ଧରି ସେ ବ୍ୟବସାୟ କରୁଥିଲା ଜିଲ୍ଲାର ମୁଖିଆ ମାନଙ୍କ ଆଶୀର୍ବାଦ ରେ ନା ଅଜାଣତରେ ଚାଲିଥିଲା ଏହି ସାମ୍ରାଜ୍ୟ ବିସ୍ତାର କରିଥିଲା ତାହାର ଗୁମର ଖୋଲିବାକୁ ହେଲେ ସିବିଆଇ ଏକ ମାତ୍ର ବିକଳ୍ପ ବୋଲି ଚର୍ଚ୍ଚା ହେଉଛି। ଚିଟଫଣ୍ଡ କେଳେଙ୍କାରି ଠୁ ବି ଚୋରା ବାଲି ବେପାର ବଡ଼ ବୋଲି ଏବେ ବିରୋଧୀ ଅଭିଯୋଗ କରୁଛନ୍ତି। ସମ୍ରାଟ ର ପୋଷା ମେଣ୍ଢା ମାନେ ଏବେବି କେତେକ ସ୍ଥାନରେ ରେ ଚୋରା ବାଲି ବେପାର କରୁଥିବା ଘଟଣା ଚର୍ଚ୍ଚା କୁ ଆସୁଥିବା ଯୋଗୁଁ ସମ୍ରାଟ ଜେଲରେ ଥାଇ ତାର ନେଟୱାର୍କ ଚାଲିଛି ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.