ଝାରସୁଗୁଡାରୁ ସିଧାସଳଖ ବେଙ୍ଗାଲୁର ଉଡିଲା ଇଣ୍ଡିଗୋ

iମମମମ-664x430

ଝାରସୁଗୁଡା:ଝାରସୁଗୁଡାର ସିଧା ବେଙ୍ଗାଲୁର ଉଡିଲା ବିମାନ ।   ଆଜିଠୁ ଇଣ୍ଡିଗୋ ବିମାନ ଝାରସୁଗୁହା ବିମାନବନ୍ଦରରୁ ବେଙ୍ଗାଲୁର ଅଭିମୁଖେ ସିଧାସଳଖ ଯାତ୍ରା କରିଛି । ଏୟାର ଲାଇନ ୱେବସାଇଟ ତଥ୍ୟ ଅନୁସାରେ, ୨ଘଣ୍ଟା ୫ ମିନିଟ ସମୟରେ ଝାରସୁଗୁଡାରୁ ବେଙ୍ଗାଲୁରରେ ପହଞ୍ଚିବ ବିମାନ ।

ମିଳିଥିବା ତଥ୍ୟ ଅନୁସାରେ, ଇଣ୍ଡିଗୋ ବିମାନ ବୁଧବାର ଭୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ୧୨ଟା ୫୦ରେ ଉଡାଣ ଆରମ୍ଭ କରିବ । ଅପରାହ୍ନ୨ଟା ୫୫ରେ ବେଙ୍ଗାଲୁରରେ ପହଞ୍ଚିବ । ସେହିପରି ବେଙ୍ଗାଲୁରରୁ ସିଧାସଳଖ ବିମାନ ୧୦ଟା ୧୫ରୁ ବାହାରି ଝାରସୁଗୁଡାରେ ୧୨ଟା ୨୦ରେ ପହଞ୍ଚିବ ।

କହିରଖିବୁ, ୧୦ ଦିନ ତଳେ ଝାରସୁଗୁଡା ବିମାନବନ୍ଦରରୁ ସିଧାସଳଖ କୋଲକାତା ବିମାନ ଉଡାଣ ଆରମ୍ଭ କରିଥିଲା । ଏ ନେଇ ଇଣ୍ଡଗୋ ପକ୍ଷରୁ କୁହାଯାଇଛି, ପରେ ଏହି ବିମାନ ଚଳାଚଳ ଇଣ୍ଡରଷ୍ଟେଟ ସହ ଯୋଗାଯୋଗ କରିବ । ଝାରସୁଗୁଡା ଏକ ଶିଳ୍ପ ଏବଂ ବ୍ୟାବସାୟିକ ସହର  ହୋଇଥିବାରୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହା କରାଯାଇଛି ।

nis-ad
Leave A Reply

Your email address will not be published.