ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଦିନିକିଆରେ କଲେ ୫୦ତମ ସେଞ୍ଚୁରୀ…

vir

ବିରାଟ କୋହଲି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ରେକର୍ଡ କରିଛନ୍ତି । ବିରାଟ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ନିଜ କ୍ୟାରିଅର ୫୦ ତମ ଶତକ ମାରିଛନ୍ତି । ଏହା ସହିତ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି ହୋଇଛନ୍ତି । ସଚିନ ତେନ୍ଦୁଲକର ୪୯ତମ ଶତକ ମାରିଥିବା ବେଳେ ବିରାଟ କୋହଲି ୫୦ ତମ ଶତକ ମାରିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୧୦୬ ବଲରୁ ଦମଦାର ଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ଅର୍ଜନ କରି ସଚିନଙ୍କ ୪୯ ଦିନିକିଆ ଶତକୀୟ ଇନିଂସ ରେକର୍ଡର ସମକକ୍ଷ ହୋଇଥିଲେ ବିରାଟ କୋହଲି । ଏହାପରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଦିନିକିଆ କ୍ରିକେଟ ଇତିହାସରେ ହାସଲ କରିଛନ୍ତି ୫୦ତମ ଶତକ ।

କୌଣସି ବିଶ୍ୱକପରେ ବ୍ୟକ୍ତିଗତ ସର୍ବାଧିକ ରନ୍ କରିବାରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ସେମି ଫାଇନାଲ ମ୍ୟାଚରେ ୭୯ ରନ୍ ସହିତ ଚଳିତ ବିଶ୍ୱକପରେ ୬୭୪ ରନ୍ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ।

nis-ad
Leave A Reply

Your email address will not be published.