ଭୁବନେଶ୍ୱରରେ ଖୋଲିବ ଫିଫା ଏକାଡେମୀ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଉଦଘାଟିତ ହେବ ଦେଶର ପ୍ରଥମ ବିଶ୍ବସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ । ସର୍ବଭାରତୀୟ ଫୁଟବଲ ମହାସଂଘ ଓ ଫିଫା ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମରେ ଏହାର ଲୋକାର୍ପଣ ହେବ । ଦେଶର ଫୁଟବଲ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ପ୍ରଥମ, AIFF ଓ ଫିପା ଟ୍ୟାଲେଣ୍ଟ ଏକାଡେମୀ ପାଇଁ ଭୁବନେଶ୍ୱରକୁ ବାଛିଛନ୍ତି ଅନ୍ତର୍ଜାତୀୟ ଫୁଟବଲ ମହାସଂଘ ।

ସୋସିଆଲ୍ ମିଡିଆ Xରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ । ଭାରତୀୟ ଫୁଟବଲ୍ ଖେଳାଳିଙ୍କ ପାଇଁ ସର୍ବୋତ୍ତମ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ଭାଗିଦାରୀରେ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିଭଳି ଓଡିଶା ସରକାର, କ୍ରୀଡ଼ା ଏବଂ ଯୁବ ସେବା ବିଭାଗ, କମିଶନର-କମ-ସଚିବ ଆର ଭିନେଲ କ୍ରିଷ୍ଣା କହିଛନ୍ତି ଯେ ଫିଫା ପ୍ରତିଭା ଏକାଡେମୀ ପାଇଁ ଭୁବନେଶ୍ୱର ଚୟନ କରାଯାଇଥିବାରୁ ଆମେ ବହୁତ ଉତ୍ସାହିତ। ଭାରତରେ ଫୁଟବଲର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇବାକୁ ଓଡିଶାର ସରକାର ଏଆଇଏଫଏଫ ସହ ଘନିଷ୍ଠ ସହଭାଗିତାରେ କାର୍ଯ୍ୟ କରୁଛନ୍ତି। ”

nis-ad
Leave A Reply

Your email address will not be published.