କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀ ମୃତ…

Untitled-11

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ୧୦ରେ ଲୋକେ ରାସ୍ତାରୋକ କରିଛନ୍ତି। ଏହାଫଳରେ ସେଠାରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି।

ସୂଚନା ଅନୁଯାୟୀ, ଝାରମୁଣ୍ଡା ଗ୍ରାମର ସମ୍ବାରୁ ସାହୁ(୪୦) ଓ କ୍ଷୀରୋଦ ପୃଶେଠ(୪୫) ସକାଳୁ ଶୌଚହେବା ପାଇଁ ଘରୁ ବାହାରିଥିଲେ। ଶୌଚ ସାରି ସାଇକେଲରେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ସମୟରେ ରାଉରକେଲା ପଟୁ ସୁନ୍ଦରଗଡ଼କୁ ଆସୁଥିବା ଏକ କାର୍ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଫେରାର ହେଉଥିବା କାରକୁ ଅବଶ୍ୟ ପୁଲିସ ଧରିବାରେ ସଫଳ ହୋଇଛି। ତେବେ କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଲୋକେ ରାଜ୍ୟରାଜପଥ ୧୦ରେ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

nis-ad
Leave A Reply

Your email address will not be published.