ଭକ୍ତଙ୍କ ଆଲୋଡ଼ନରେ ପୂଜା ପାଉଛନ୍ତି ଶ୍ରୀ ଶ୍ରୀ ଶ୍ୟାମା ମା


ଉମରକୋଟ ( ୧୪/୧୧/୨୦୨୩) ରାଇଘର ବ୍ଲକର କୋଦଭାଟା ସ୍ଥିତ ଶ୍ରୀ ଶ୍ରୀ ଶ୍ୟାମା ମା ମନ୍ଦିର ସମିତି ଦ୍ଵାରା ଛ ଦିନ ବ୍ୟାପି କାଲି ପୂଜା ଅନୁଷ୍ଠାନର ଆୟୋଜନ କରିଛନ୍ତି l ଏହି କାଲି ପୂଜାରେ କୋଦଭାଟା ସାହିର ସମସ୍ତ ଭକ୍ତି ମତି ମାତୃ ସଂଘ କଲୋସ ଯାତ୍ରା କରି ପାଣି ଆଣି ସୁଦ୍ଧାଚାରେ ଘଟ ସ୍ଥାପନ କରି ଶ୍ରୀ ଶ୍ରୀ ଶ୍ୟାମା କାଲିଙ୍କ ପୂଜା ଵିଧି ଅନୁସାରେ ଆରମ୍ବ କରିଥିଲେ l ପୂଜାର ଦ୍ୱିତୀୟ ଦିନରେ ମନୋରଞ୍ଜନ କାର୍ଯ୍ୟକ୍ରମରେ କୁନି କୁନି ଛୋଟ ପିଲା ମାନେ ନୃତ୍ୟରେ ଭାଗ ନେଇ ପୁରସ୍କୃତ ହେଇଥିଲେ l ଆମନ୍ତ୍ରିତ ପୁରସ୍କାର ବିତାରନରେ ପୂର୍ବତନ ବିଧାୟକ ଶ୍ରୀ ସୁଭାଷ ଗଣ୍ଡ,ବ୍ଲକ ଚେୟାରମ୍ୟାନ ଶ୍ରୀମତି ନବୀନା ନାୟକ,ଜ଼ିଲ୍ଲା ପରିଷଦ ଉପ ସଭାପତି ଶ୍ରୀମତି ଲିପିକା ବାଡୋଇ ଓ ବିଜିପିର ମହିଳା କାର୍ଯ୍ୟକାରିଣୀ ମହିଳା ସଦଶ୍ୱ ଶ୍ରୀମତି ପ୍ରୀତିସ୍ନିଗ୍ଧା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କ୍ରମ ଅନୁସାରେ ପୁରସ୍କାର ବିତାରଣ କରିଥିଲେ l ଆଜିର ଆମନ୍ତ୍ରିତ ସମସ୍ତ ସଦଶ୍ୱ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମର ଆନନ୍ଦ ନେବା ସହିତ କହିଲେ, ସବୁ ବର୍ଷ ଏହି ପରି ସମସ୍ତେ ମିଳିମିଶି ପୂଜାର ଆୟୋଜଣ କରି କୋଦଭାଟା ସାହିର ନାମ ଉଜ୍ଜଳ କରୁନ୍ତ ଓ ମନ୍ଦିର ପ୍ରତି ଧ୍ୟାନ ଦେଇ ଏହାର ଯତ୍ନ ନିୟନ୍ତୁ l ଏ ବର୍ଷର ପୂଜାର ପୂଜା ସଭାପତି ଶ୍ରୀ ମୃନାଲ କାନ୍ତି ରାୟ, ରାକେଶ ସରକାର, ପୁଲୋକେଶ ସରକାର, ଅମିତ ସର୍ଦାର, ରମେନ ମାଝୀ ଓ କୋଦଭାଟାର ପ୍ରମୁଖ ଯୁବକ ମାନେ ଅଂଶ ଗ୍ରହଣ କରି ସୁଚାରୁ ଭାବେ ସବୁଆଡ଼େ ନଜର ରଖି ଶ୍ରୀ ଶ୍ରୀ ଶ୍ୟାମା ମା କାଳୀପୂଜାଟି ତୁଲାଉଛନ୍ତି l

nis-ad
Leave A Reply

Your email address will not be published.