ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶରେ ଗୋଟିଏ ଦିନ ଉଗ୍ରରୂପା ମାହାକାଳୀ ବେଶରେ ଦର୍ଶନ ଦିଅନ୍ତି । ଆଜି ଠାରୁ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆୟୋଜିତ ହେବେ। ଆଜି ପ୍ରଥମ ଦିନରେ ମାଆ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି । ପରେ ମାଆ ମହାକାଳୀ ବେଶ, ରାଜ ରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଜଗଦ୍ଧାତ୍ରୀ ବେଶ, ମହାସରସ୍ବତୀ ବେଶ ଓ ଶେଷ ଦିନରେ ମହାଲଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା । ଆଜି ମାଆଙ୍କୁ ଦର୍ଶନ କରିବା ଲାଗି ଦୂର ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଛି । ସେପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।