ଗରିବ ବେହାଲ ନେତା ମାଲେ ମାଲ……ନେତାଙ୍କ ସମ୍ପତ୍ତି ବଢୁଛି ଲୋକଙ୍କ ଘଟୁଛି !

ଭୁବନେଶ୍ୱର : ଏବେ ରାଜ୍ୟରେ ଗରିବ ଗୁରୁବା ଠାରୁ ମଧ୍ୟମଶ୍ରେଣୀ ର ପରିବାର ଲୋକେ ମାହାଙ୍ଗା ମାଡ଼ର ଶିକାର ହୋଇଛନ୍ତି। ପ୍ରତେକ ସାମଗ୍ରୀ ରେ ହୁ ହୁ ହୋଇ ଦର ବୃଦ୍ଧି ଚାଲିଛି। ପ୍ରଥମେ ଚାଉଳ ଅଟା ଟମାଟ ଏବେ ପିଆଜ ପନିପରିବା ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି ଶାସକ ହେଉ କି ବିରୋଧୀ ଦଳ ସାଧାରଣ ଲୋକଙ୍କ କଥା ଟିକେ ଚିନ୍ତା କରୁ ନାହାନ୍ତି। ଲୋକ ଦେଖାଣିଆ ଭାବେ କୁମ୍ଭୀର କାନ୍ଦଣା କରି ଲୋକଙ୍କୁ ଭକୁଆ ବନାଉଛନ୍ତି। କିଏ କାହା ଉପରେ ଦୋଷ ଲଦି ରାଜନୈତିକ ଫାଇଦା ନେବାରେ ବ୍ୟସ୍ତ ଅଛନ୍ତି।ନିର୍ବାଚନ ଆସିଲେ ହାତୀ ଦେବି ଘୋଡ଼ା ଦେବି ର ବିଭିନ୍ନ ଆଳ ଦେଖାଇ ଭୋଟ ନେଇଯାନ୍ତି। ଭୋଟ ସରିଲେ ନେତା ମାନେ ସେମାନେ ନିର୍ବାଚନ ରେ ଖର୍ଚ୍ଚ କରିଥିବା ଟଙ୍କା ସାତ ପୁରୁଷ ପାଇଁ ପ୍ରଥମେ ସଞ୍ଚୟ କରନ୍ତି। ସେମାନଙ୍କ ପିଢ଼ି ପିଢ଼ି ବସି ଖାଇବା ସହ ପିଲା ମାନଙ୍କୁ ଦଳ ରେ ଥଇଥାନ ପାଇଁ କରି ବଂଶ ବଢିଇବା ରେ ବ୍ୟସ୍ତ ରୁହନ୍ତି। ଏପଟେ ସାଧାରଣ ଜନତା ବିଭିନ୍ନ ଯନ୍ତ୍ରଣା ମାନସିକ ସ୍ଥିତି ରେ ଛଟ ପଟ ହୁଏ। ଦରବୃଦ୍ଧି ଯୋଗୁଁ ବାଧ୍ୟ ହୋଇ ଲୋକେ ଓଳିଏ ଖାଇଲେ ଓଳିଏ ଭୋକରେ ରହୁଥିବା ଜଣାପଡ଼ିଛି। ରାଜନୈତିକ ନେତା ଙ୍କ ଘରେ ବିରିୟାନୀ ହେଉଥିବ ବେଳେ ସାଧାରଣ ଲୋକ ଘରେ ପଖାଳ ଭାତ ସାଙ୍ଗରେ ପିଆଜ ମଧ୍ୟ ଆଜି ନାହିଁ। ଏବେ ଦେଶର ଅନ୍ୟ ରାଜ୍ୟରେ ନିର୍ବାଚନ ଚାଲିଛି। ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଓ ବିଭିନ୍ନ ବର୍ଗ ର ମହିଳା ଏବଂ ଲୋକଙ୍କୁ ଯୋଜନା ରେ ସାମିଲ କରିବାର ପ୍ରଲୋଭନ ଦିଯାଉଛି। ଆଜିକୁ ଦୀର୍ଘ ବର୍ଷ ହେଲା ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ, ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି ଓ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏଥି ପ୍ରତି ସରକାର ଙ୍କ ଇଚ୍ଛା ଶକ୍ତି ର ଅଭାବ ରହିଛି। ଏହି ସବୁ କାରଣ ରୁ ଦେଶ ହେଉ କି ରାଜ୍ୟରେ ଆଇନଶୃଙ୍ଖଳା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗରିବ ବେହାଲ ନେତା ମାଲେ ମାଲ ହେବାରେ ଲାଗିଛନ୍ତି।

nis-ad
Leave A Reply

Your email address will not be published.