ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗ: ବର୍ଷିଲା ବିଜେପି, ଜବାବ୍ ରଖିଲା ବିଜେଡି

vbj

ଭୁବନେଶ୍ୱର: ସରକାରୀ ଯୋଜନାରେ ବିଜେଡି ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଅକ୍ଟୋବର ୧୦ରୁ ମାସାଧିକ କାଳ ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି ସରକାର। ଏହାଦ୍ବାରା ଆଇନ ଉଲଂଘନ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ଏବଂ ଏନେଇ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଅବଗତ କରିଛି ଦଳ। ଦଳୀୟ ଚିହ୍ନ ବ୍ୟବହାର କରି ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏ ନେଇ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଜଣାଇଛି ବିଜେପି। ବିଜେଡି ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବା କାରଣରୁ ଯଥାଶୀଘ୍ର ନିର୍ବାଚନ କମିଶନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେପି।

ଖାଲି ସେତିକି ନୁହେଁ, ଶଙ୍ଖ ଚିହ୍ନ ବ୍ୟବହାର କରି ଯେଉଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ତାକୁ ବିଜେଡିର ପାର୍ଟି ଫଣ୍ଡରୁ ରିକଭର କରାଯାଉ ବୋଲି ଦାବି କରିଛି ବିଜେପି। ଏହା ସହ ଶଙ୍ଖ ଚିହ୍ନ ଉପରେ ବ୍ୟାନ୍ ଲଗାଯାଉ ବୋଲି ନିର୍ବାଚନ କମିଶନଙ୍କ ପାଖରେ ଦାବି ଜଣାଇଛି ବିଜେପି।
ମୁଖ୍ୟ ନିର୍ବାଚନ କମିଶନଙ୍କ ଉତ୍ତରକୁ ଅପେକ୍ଷା କରିଛି ବିଜେପି। ଏହାପରେ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଚେତାବନୀ ଦେଇଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତିନ ମହାନ୍ତି କହିଛନ୍ତି, ଯେଉଁ ଦଳର ମୁଖିଆ ଓଡ଼ିଆ ଜାଣନ୍ତି ନାହିଁ, ଯାହାଙ୍କର ଓଡ଼ିଆ ପରମ୍ପରା ପ୍ରତି ସମ୍ମାନ କି ଦରଦ ନାହିଁ, ଯିଏ ଓଡ଼ିଆ ପରମ୍ପରାକୁ ଚିହ୍ନନ୍ତି ନାହିଁ, ଆଜି ସେହି ପରମ୍ପରାର ଦ୍ୱାହି ଦେବା ହାସ୍ୟାସ୍ପଦ କଥା।

ଏଣେ ବିଜେଡିର ଶଙ୍ଖ ଚି଼ହ୍ନ ବାତିଲ ଦାବି କରି ବିଜେପି ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି ନେଇ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ସେ କହିଛନ୍ତି, ବିରୋଧୀ ଦଳ ସବୁକିଛି ବିରୋଧ ଦୃଷ୍ଟିରେ ଦେଖୁଛନ୍ତି। ଗୋଟିଏ ଭଲ ଯୋଜନାକୁ ଦାୟିତ୍ୱବାନ ବିରୋଧୀ ଦଳ ହିସାବରେ ପ୍ରଶଂସା କରିନାହାନ୍ତି, ଖାଲି ସମାଲୋଚନା କରିଛନ୍ତି। ବିରୋଧୀଙ୍କ ଏହି ସମାଲୋଚନା ଲୋକଙ୍କ ପାଖରେ ପହଞ୍ଚୁନାହିଁ। ଲୋକମାନେ ବିକାଶ ସହ ଅଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି।

nis-ad
Leave A Reply

Your email address will not be published.