ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜମାମ ଉଲ ହକଙ୍କ ଇସ୍ତଫା…

ul

କରାଚୀ: ୨୦୨୩ ଦିନିକିଆ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳର ଖରାପ ପ୍ରଦର୍ଶନ ପରେ ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ)ରେ ଅଶାନ୍ତି ଦେଖାଦେଇଛି। ପାକିସ୍ତାନ କ୍ରିକେଟରେ ଏବେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବାବେଳେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି | ବାସ୍ତବରେ ପାକିସ୍ତାନ ଦଳର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ ହକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଭାରତରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପ ୨୦୨୩ ରେ ପାକିସ୍ତାନ ଦଳର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ଦଳ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଇଛି । ଫଳରେ ଦଳର ଦକ୍ଷତା ନେଇ ପାକିସ୍ତାନରେ ପ୍ରଶ୍ନ ଉଠିଛି । ଆଉ ଏବେ ଇଞ୍ଜାମାମ ଇସ୍ତଫା ଦେଇଛନ୍ତି |

ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ କ୍ରିକେଟ୍ ଦଳ ଭାରତରେ ଆୟୋଜିତ କ୍ରିକେଟ୍ ଅର୍ଥାତ୍ ବିଶ୍ୱକପ୍‌ରେ ୬ଟି ମ୍ୟାଚ୍ ଖେଳିଛି, ଯେଉଁଥିରୁ ଦଳ ୪ଟି ପରାଜୟର ସମ୍ମୁଖୀନ ହୋଇଛି। ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ଦଳର ଅନେକ ପୂର୍ବତନ ଖେଳାଳି ମଧ୍ୟ ଅଧିନାୟକ ବାବର ଆଜମଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା। ଉଲ୍ଲେଖ ଥାଉ କି ୬ ଅକ୍ଟୋବରରେ ନେଦରଲ୍ୟାଣ୍ଡ ବିପକ୍ଷ ବିଶ୍ୱକପରେ ପାକିସ୍ତାନ ପ୍ରଥମ ମ୍ୟାଚ୍ ଖେଳିଥିଲା ​​ଯେଉଁଥିରେ ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନୀ ଦଳ ୮୧ ରନରେ ଜିତିଥିଲା। ଏହା ପରେ ପାକିସ୍ତାନ ଶ୍ରୀଲଙ୍କାକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା । ତା’ପରେ ବାବର ଦଳ ଭାରତ ବିପକ୍ଷରେ ତୃତୀୟ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ବାବର ସେନା ୭ ୱିକେଟରେ ହାରିଯାଇଥିଲା | ଭାରତ ପରେ ପାକିସ୍ତାନ ଅଷ୍ଟ୍ରେଲିଆଠାରୁ ୬୨ ରନ୍, ଆଫଗାନିସ୍ତାନ ବିପକ୍ଷରେ ୮ ୱିକେଟ୍ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧ ୱିକେଟରେ ହାରିଯାଇଥିଲା |

nis-ad
Leave A Reply

Your email address will not be published.