ଦୁଇ ଘଣ୍ଟା ପଡିରହିଲା ଆରଟିଓ କର୍ମଚାରୀଙ୍କ ମୃତଦେହ, ନବରଙ୍ଗପୁର RTO ଅଫିସରଙ୍କ ପ୍ରତିଶୃତି ପରେ ହଟିଲା ଧାରଣା…

dre

ନବରଙ୍ଗପୁର  : ରାସ୍ତା ଉପରେ ଶବ । ଶବ ପାଖରେ ଧୂମ ଆଉ ମାଳ ଦେଇ ରାସ୍ତାକୁ ଅବରୋଧ କଲେ ଲୋକେ । ଆଉ ଦାବି ଥିଲା ମୃତକଙ୍କ ପରିବାରକୁ ଥଇଥାନ କରାଇବା । ରାଜରାସ୍ତା ଉପରେ ଥିବା ଏହି ଶବ ଯୋଉ ଆପଣ ଦେଖୁଛନ୍ତି ତାହା ହେଉଛି ଜଣେ ଆରଟିଓ କର୍ମଚାରୀଙ୍କର । ଅଜଣା ଗାଡି ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ଆରଟିଓ କାର୍ଯ୍ୟାଳୟ ଏବଂ ପ୍ରଶାସନ ଦ୍ୱାରା କୌଣସି ବି ପଦକ୍ଷେପ ନିଆଗଲା ନାହିଁ । ଯାହାପରେ ମୃତକଙ୍କ ପରିବାରକୁ ଥଇଥାନ୍‌ କରାଇବା ଦାବିରେ ଧାରଣାରେ ବସିଲେ ଲୋକେ ।

ନବରଙ୍ଗପୁର RTO ଜିତେନ୍ଦ୍ର କୁମାର ଭୋଇଙ୍କ ଲିଖିତ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ l ଆନ୍ଦୋଳନକାରୀ ମାନେ ଶବ ନେଇଁ ମୃତକଙ୍କ ଘରକୁ ଯାଇଥିବା ବେଳେ କିଛି ସମୟ ପରେ ଅନ୍ତୋଷ୍ଟିକ୍ରିୟା କରାଯିବ l ଦୀର୍ଘ 2 ଘଣ୍ଟା ପରେ NH 26 ରାସ୍ତାରେ ଗାଡି ଚଳାଚଳ ହୋଇଥିବା ବେଳେ ନବରଙ୍ଗପୁରରୁ କଳାହାଣ୍ଡି, ରାୟପୁର ଓ ଜୟପୁର କୁ ଯାତାୟାତ ସ୍ୱାଭାବିକ ହୋଇଛି l ଆନ୍ଦୋଳନକାରୀ ଙ୍କୁ ବୁଝାଇବାକୁ ନବରଙ୍ଗପୁର ପୋଲିସ, RTO ଓ ଡେପୁଟି କଲେକ୍ଟର ଆସିଥିଲେ । ଆନ୍ଦୋଳନକାରୀ ମାନେ କେବଳ 2 ଟି ଦାବୀ ରଖିଥିଲେ । ପ୍ରଥମ ଦାବୀ ହେଲା ଦୁର୍ଘଟଣାରେ ମୃତ ହୋଇଥିବା RTO ପରିବାର ର ଜଣେ ସଦସ୍ୟ କୁ ଚାକିରୀ ପ୍ରଦାନ ଓ ଦ୍ଵିତୀୟ ଦାବୀ ହେଉଛି ଦୁର୍ଘଟଣା ଜନିତ ସରକାରୀ ସୁବିଧା ଯୋଗାଇ ଦେବା l ଯାହାକୁ RTO ଜିତେନ୍ଦ୍ର କୁମାର ଭୋଇ ସ୍ୱୀକାର କରିବା ସହ ଲିଖିତ ପ୍ରତିଶୃତି ଦେଇଥିଲେ । ଫଳରେ ରାସ୍ତାରୋକ ହଟିଥିଲା ।

କହିରଖିବାକୁ ଚାହିଁବୁ ଯେ ନବରଙ୍ଗପୁର RTO ବିଭାଗ ରେ ଡ୍ରାଇଭର ଭାବେ କାର୍ଯ୍ୟରତ ଦିଲ୍ଲୀପ ନାୟକ ବିଳମ୍ବିତ ରାତିରେ duty ରେ ଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇଁ ଆଜି ଉତ୍ତେଜନା ଦେଖାଦେବା ସହ କ୍ଷତିପୂରଣ ଦାବିରେ 2 ଘଣ୍ଟା NH 26 ରାସ୍ତା ଅବରୋଧ କରିଥିଲେ ଲୋକେ ।

nis-ad
Leave A Reply

Your email address will not be published.