ଆଜିଠାରୁ ଏସୀୟ କ୍ରୀଡ଼ା ମହାକୁମ୍ଭ…

asi

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ବିଧିବଦ୍ଧ ଭାବେ ଚୀନର ହ୍ବାଙ୍ଗଝୋରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଅକ୍ଟୋବର ୮ ପଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ କ୍ରୀଡ଼ା ମହାକୁମ୍ଭ ଉପରେ ସାରା ବିଶ୍ବର ନଜର ରହିଛି। ଏଥିରେ ୪୫ଟି ଏସୀୟ ଦେଶର ପ୍ରତିଯୋଗୀମାନେ ୪୦ଟି କ୍ରୀଡ଼ାର ୪୬୫ଟି ବିଭାଗରେ ପରସ୍ପରକୁ ଟକ୍କର ଦେବେ। ଉଦ୍‌ଘାଟନୀ ପୂର୍ବରୁ ଭଲିବଲ, ମହିଳା କ୍ରିକେଟ, ନୌଚାଳନା, ଟେବୁଲଟେନିସ ଆଦି କ୍ରୀଡ଼ା ଖେଳାଯାଇବାବେଳେ ୨୩ରୁ ଅନ୍ୟ କ୍ରୀଡ଼ା ଆରମ୍ଭ ହେବ। ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଥିରେ ଭାରତ ୧୬ଟି ସ୍ବର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି କାଂସ୍ୟ ସହ ମୋଟ ୭୦ ପଦକ ପାଇ ୮ମ ସ୍ଥାନରେ ରହିଥିଲା। ଚଳିତ ଥର ୪୦ଟି କ୍ରୀଡ଼ା ଶୃଙ୍ଖଳାରେ ଭାରତରୁ ମୋଟ ୬୫୫ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଦୌଡ଼କୁଦରେ ସର୍ବାଧିକ ୬୮ଜଣ ରହିଛନ୍ତି।

ତୀରନ୍ଦାଜୀରେ ଅତନୁ ଦାସ,ଅଙ୍କିତା ଭଗତ, ଅଭିଷେକ ବର୍ମା, ଜ୍ୟୋତି ସୁରେଖା ଭେନାମ, ସନ୍ତରଣରେ ସାଜନ ପ୍ରକାଶ, ଶ୍ରୀହରୀ ନଟରାଜ, ଦୌଡ଼କୁଦରେ ମୁରଲୀ ଶ୍ରୀଶଙ୍କର, ଜାଭେଲିନ୍‌ରେ ବିଶ୍ବ ଚମ୍ପିଆନ ନୀରଜ ଚୋପ୍ରା, ଓଡ଼ିଶାର କିଶୋର କୁମାର ଜେନା,ତେଜସ୍ବିନ ଯାଦବ,ଅମ୍ଲାନ ବର୍ଗିହାନ, ମହମ୍ମଦ ଆନାସ, ଅବିନାଶ ସାବଲେ, ଜ୍ୟୋତି ୟାରାଜି, ସ୍ବପ୍ନା ବର୍ମନ, ପାରୁଲ ଚୌଧୁରୀ, ବ୍ୟାଡମିଣ୍ଟନରେ ଏଚ୍‌ ଏସ୍‌ ପ୍ରଣୟ, କାଦମ୍ବି ଶ୍ରୀକାନ୍ତ, ଲକ୍ଷ୍ୟ ସେନ, ପି.ଭି ସିନ୍ଧୁ, ମାଳବିକା ବଂଶଦ, ଜିମ୍ନାଷ୍ଟିକ୍‌ସରେ ପ୍ରଣତି ନାୟକ, ଦଳଗତ କ୍ରୀଡ଼ା ପୁରୁଷ ଓ ମହିଳା ହକି, ପୁରୁଷ ଫୁଟବଲରେ ଭାରତର ପଦକ ଆଶା ରହିଛି। ପୂର୍ବରୁ ଫୁଟବଲ, ନୌଚାଳନା, ଭଲିବଲ, କ୍ରିକେଟ ଆଦି କ୍ରୀଡ଼ା ଆରମ୍ଭ ହୋଇଯାଇଥିଲେ ମଧ୍ୟ ୨୩ରୁ ଅନ୍ୟ କ୍ରୀଡ଼ା ଆରମ୍ଭ ହେବ। ପ୍ରତିଯୋଗିତାରେ ଓଡ଼ିଶାରୁ ୧୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ୨୦୨୨ରେ ଆୟୋଜିତ ହେବାର ଥିଲା। ଚୀନରେ କରୋନା ମହାମାରୀ ପାଇଁ ଏହାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଥିଲା।

nis-ad
Leave A Reply

Your email address will not be published.