ସୁନ୍ଦରଗଡ଼ରେ ଆଜି ପୁଣି ୬ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ

scrub

ସୁନ୍ଦରଗଡ଼: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡରେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ରୋଗୀ । ଆଜି ପୁଣି ୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇଲେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି ।

ଗତକାଲି ୩୭ଟି ନମୂନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭ ଜଣ ପଜେଟିଭ ଚିହ୍ନଟ ହୋଇଥିଲେ । ତେବେ ସୁନ୍ଦରଗଡ ନୁହେଁ, ବରଗଡରେ ମଧ୍ୟ ଏହି ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗ ବିଷୟରେ ଅନୁସନ୍ଧାନ କରିବା ପାଇଁ ଦୁଇ ଜିଲ୍ଲାକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଯାଇଛି ।

ତେବେ ରୋଗକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଛି । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବା ଅନୁଯାୟୀ, ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଅଛି । ରୋଗୀଙ୍କ ଚିକିତ୍ସା ରାଉରକେଲା ସରକାରୀ ଚିକିତ୍ସାଳୟ ଓ ସୁନ୍ଦରଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଛି । ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ଚାଲିଛି ଚିକିତ୍ସା ।

ସୂଚନାଥାଉ କି, ଚିଗର ପୋକ କାମୁଡ଼ିବା ଯୋଗୁ ସ୍କ୍ରବ ଟାଇଫସ ରୋଗ ବ୍ୟାପୁଥିବା ଡାକ୍ତର କହିଛନ୍ତି  ଏହି ପୋକ କାମୁଡିଲେ ପ୍ରଥମେ ରୋଗୀ ଶରୀରରେ ଘା ପରି ହୋଇଯାଏ ଏବଂ ଏହାର  ଚାରିପାଖ ନାଲି ପଡ଼ିଯାଏ। ପରେ ମଝି ଅଂଶ କଳା ପଡ଼ିଯାଏ । ଏହାର ପ୍ରଭାବରେ ରୋଗୀଙ୍କୁ ଜ୍ବର ହେବା ସହ ଦେହହାତ ଘୋଳାବିନ୍ଧା ହୋଇଥାଏ

nis-ad
Leave A Reply

Your email address will not be published.