ଓଁ ଶ୍ରୀ ବିରୂପାକ୍ଷଙ୍କ ତ୍ରୟୋଦଶ ତମ ବିଶାଳ ଭଣ୍ଡାରା ପକ୍ଷରୁ ଦିବାରାତ୍ର ଭଜନ ସମାରୋହ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ଠାରେ
ଓଁ ଶ୍ରୀ ଶ୍ରୀ ବିରୂପାକ୍ଷଙ୍କ ତ୍ରୟୋଦଶ ତମ ବିଶାଳ ଭଣ୍ଡାରା ତରଫରୁ ଭୋଜନ ବ୍ଯବସ୍ଥା ଓ ସମ୍ବଲପୁରୀ ଦିବା ରାତ୍ରି ଭଜନ ସମାରୋହ କାର୍ଯ୍ୟକ୍ରମ ହୋଇଥିଲା l ପ୍ରତିବର୍ଷ ପରି ଏହି ବର୍ଷ ମଧ୍ଯ ମହା ସମାରୋହରେ ପାଳିତ ହୋଇଥିଲା l ଶ୍ରାବଣ ମାସ ଶେଷ ସୋମବାର ଯୋଗୁ ପ୍ରାୟ ଦଶ ହଜାର ଉର୍ଦ୍ଧ୍ବ କାଉଡିଆ ଭକ୍ତ ଚକାପାଦ ଶୈବ ପୀଠରେ ଜମା ହୋଇଥିବାର ଦେଖିବାକୁ ମିଳିଥିଲା l ପ୍ରାୟ ୪ରୁ ୫ ଲକ୍ଷ୍ୟ ଟଙ୍କା ଏହି କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିବା ଆୟୋଜକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l ପୂର୍ବଦିନ ଚକାପାଦ ଶୈବ ପୀଠ ପରିସରକୁ ପୌର ପରିଷଦ ପକ୍ଷରୁ ସଫା ସୁତୁରା ସହ ବ୍ଲିଚିଙ୍ଗ ଛିଞ୍ଚି ବା ସହିତ ସବୁଆଡ଼େ ସାନି ଟାଇଯ କରାଯାଇଥିଲା l ଏଥି ସହିତ ଫୁଲବାଣୀ ର ଯୁବ ବ୍ଯବସାୟୀ ରୁବିନା ଟେଣ୍ଟ ହାଉସ ପକ୍ଷରୁ ଭକ୍ତଙ୍କ ରହିବା ଏବଂ ଖାଇବା ପାଇଁ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନର ସଭାପତି କିଶୋର ସୁବୁଦ୍ଧି, ଅରୁଣ ପଣ୍ଡା, ଶିବ ଶଙ୍କର ପାତ୍ର, ପ୍ରଦୀପ ମୁନି, ପ୍ରଦୀପ ପାତ୍ର, ବୃନ୍ଦା ମହାରଣା, ବାଲାଜୀ ପାତ୍ର, ତ୍ରିଶକ୍ତି କନଷ୍ଟ୍ରକସନ୍, ଭୁବନେଶ୍ବର ର ରାଜେନ୍ଦ୍ର ପାତ୍ର, ରଞ୍ଜିତ ଦୀକ୍ଷିତ, ବସନ୍ତ ସାହୁ, ଅଜିତ ପ୍ରଧାନ (ପାରାଦୀପ) ଦୂର୍ଗା କହଁର, ବାଇ ବାବୁ ପ୍ରମୁଖଙ୍କ ସହଯୋଗରେ ଚକାପାଦ ଶୈବ ପୀଠ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇ ପାରିଥିଲା l ଏ ନେଇ ଚକାପାଦ ଅଞ୍ଚଳବାସୀଙ୍କ ସମେତ ଉପସ୍ଥିତ କାଉଡିଆ ଭକ୍ତ ମାନେ ମଧ୍ଯ ସାଧୁବାଦ ଜଣାଇଥିଲେ l

nis-ad
Leave A Reply

Your email address will not be published.