କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡ଼ିଆ ଏସୋସିଏସନ ନୂତନ କର୍ମକର୍ତ୍ତା : ଖିତିଶ ସଭାପତି ଓ ସୁଧୀର ସଂପାଦକ


ଫୁଲବାଣୀ : ରବିବାର ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ କଂଧମାଳ ଜିଲା ଡିଜିଟାଲ ମିଡିଆ ଏସୋ ସିଏସନ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ୍ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ଜିଲା ସାମ୍ବାଦିକ ସଂଘସଭାପତି ଓ କଳିଙ୍ଗ ସାମ୍ବାଦିକ ସଂଘ୍ ଉପସଭାପତି ଡ, ଅରୂପ କୁମାର ଜେନା, ସାମ୍ବାଦିକ ତଥା ବରିଷ୍ଠ ସମାଜସେବୀ ତଥା ଜିଲା ସାମ୍ବାଦିକ ସଂଘ ସଂପାଦକ ଅଶୋକ ପରିଡ଼ା ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ଆଇନ ଜିବି ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା ସାମ୍ୱାଦିକ ଓ ୟୁ ଜେ ଜିଲା ସଭାପତି ଅଶୋକ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବର୍ତମାନ ଯୁଗ ହେଉଛି ଡିଜିଟାଲ ମିଡିଆ ର ଯୁଗ l ଆଉ ସବୁଠୁ ଶୀଘ୍ର ନିଉଜ ଡିଜିଟାଲ ମିଡ଼ିଆ ରେ ହିଁ ପ୍ରକାଶ ପାଉଛି l ଏଣୁ ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନେ ନିଷ୍ଠା ଓ ଆନ୍ତରିକତା ର ସହ ସତ୍ୟ ସମ୍ବାଦ ପରିବେଷଣ କରିବା ପାଈଁ ପରାମର୍ଶ ଦେଇଥିଲେ l
ଏହି ସଂଗଠନ ସଦସ୍ୟ ମାନଙ୍କ ସ୍ବାର୍ଥ ରକ୍ଷା ଓ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ବୋଲି ସଭାପତି ସୁନୀଲ ପଟନାୟକ କହିଥିଲେ l
ଏହି ଅବସରର ଆଗାମୀ ତିନି ବର୍ଷ ପାଈଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା l କ୍ଷିତିଶ କୁମାର ମଲ୍ଲିକ ସଭାପତି, କାର୍ଯ୍ୟକାରୀ ସଭାପତି ସୁଶ୍ରୀ ମମତା କହଁର, ଉପସଭାପତି ଶିବ ରାମ ନାୟକ, ସହ ସମ୍ପାଦକ ସୁଜିତ ପ୍ରଧାନ, ଓ କୋଷାଧ୍ୟକ୍ଷ ଭାବେ ରଞ୍ଜିତ ଦିଗାଲ ଙ୍କୁ ସର୍ବସମ୍ମତି କ୍ରମେ ମୋନୋନୀତ କରାଯାଇଥିଲା l
ସେହିପରି ବରିଷ୍ଠ ସାମ୍ୱାଦିକ ଡ, ଅରୁପ କୁମାର ଜେନା, ସୁନୀଲ ପଟ୍ଟନାୟକ ଓ ଅଶୋକ ପରିଡ଼ା ପରାମର୍ଶ ଦାତା ରୁପେ ମନୋନୀତ ହୋଇଛନ୍ତି l
ସେହିପରି ସାତ ଜଣ ସଦସ୍ୟ ଓ ସଦସ୍ୟା ଙ୍କୁ କାର୍ଯ୍ୟ କାରି କମିଟି କୁ ମନୋନୀତ କରାଯାଇଥିବା ବିଷୟ ସଂପାଦକ ସୁଧୀର କୁମାର ମହାରଣା କହିଛନ୍ତି l
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ତ୍ରିପାଠୀ, ସୂର୍ଯ୍ୟ ବେହେରା, ଶ୍ରୀମତୀ ନିବେଦିତା ଖାଡଙ୍ଗା, ଅଚ୍ୟୁତ ସେଠୀ, ଅଜିତ ଦିଗାଲ, ପ୍ରଶାନ୍ତ ବେହେରା, ବଦ୍ୟ ନାଥ ନାୟକ, ଲଲିତ ମଲିକ, ସଞ୍ଜୀବ ପ୍ରଧାନ, ଯତୀନ ମଲିକ, ଚିନ୍ମୟ ବେହେରା, ଗୋଲକ ବିହାରୀ କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡ଼ିଆ ଏସୋସିଏସନ ନୂତନ କର୍ମକର୍ତ୍ତା

nis-ad
Leave A Reply

Your email address will not be published.