ବିଡିଓଙ୍କ ନିର୍ଦ୍ଦେଶରେ ମାଡ ଅଭିଯୋଗ…!

ବ୍ରହ୍ମପୁର : ଆସିକା ବିଜେଡ଼ି ଗୋଷ୍ଠୀ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡ଼ିଲା ଶେଷରେ ସରପଞ୍ଚ ଙ୍କୁ ବିଡିଓ ଙ୍କ ସାମ୍ନାରେ ମାଡ଼ ମାରିଲେ ଜିଆରଏ ସ । ଆଜି ଅପରାହ୍ନ ରେ ନଳବଣ୍ଟା ସରପଞ୍ଚ କିଶୋର ପ୍ରଧାନ ତାଙ୍କ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ଆସିକା ଗୋଷ୍ଟି ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡାଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ସମୟରେ ବରଗାଁ ପାଞ୍ଚୟତ ର ଜିଆରଏସ ଦାୟିତ୍ୱ ରେ ଥିବା ପ୍ରଦିପ ଜେନା ଓ ଅନ୍ୟ ଜଣେ କର୍ମଚାରୀ ବିଡିଓ ଙ୍କ ଉପସ୍ଥିତି ରେ ସରପଞ୍ଚ ଙ୍କୁ ନିର୍ଧୁମ ପିଟିଥିଲେ ସେଠାରେ ଉପସ୍ଥିତ ଥିବା ବିଡିଓ ମଧ୍ୟ ସରପଞ୍ଚ ଙ୍କୁ ଗାଳିଗୁଲଜ କରିଥିବା ନେଇ ଉକ୍ତ ଏତଲା ରେ ଉଲ୍ଲେଖ ଅଛି।ଆହତ ସରପଞ୍ଚ ଙ୍କୁ ୧୦୮ଅମ୍ବୁଲେନ୍ସ ଯୋଗେ ଆସିକା ସରକାରୀ ଚିକିତ୍ସାଳୟକୁ ନିଆ ଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅଵସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା କୁ ସ୍ଥାନନ୍ତର କରାଯାଇଛି। ଏ ନେଇ ଆସିକା ଥାନା ରେ ସରପଞ୍ଚ ଏତଲା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟଯେ, ଆସିକା ବିଜେଡ଼ି ରେ ଗତ କିଛି ଦିନହେଲା ଗୋଷ୍ଟି କନ୍ଦଳ ଲାଗିରହିଛି। ବିଧାୟିକା ଗୋଷ୍ଠୀ ଓ ବିପକ୍ଷ ଗୋଷ୍ଟି କନ୍ଦଳଯୋଗୁଁ ବିପକ୍ଷ ଗୋଷ୍ଠିର ସରପଞ୍ଚ ମାନଙ୍କର ପଞ୍ଚାୟତ ରେ ଉନ୍ନୟନ କାର୍ଯ୍ୟ ଓ କାର୍ଯ୍ୟ ଦେଶର ବିଲ କୁ ନେଇ କୁଆଡେ ବିବାଦ ଲାଗିରହିଛି। ଏହି ଆକ୍ରମଣ ଘଟଣା ନିଜେ ସରପଞ୍ଚ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହି ମାଡ ଘଟଣା ନେଇ ବିଡିଓ ଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନାହାନ୍ତି। ଆଜିର ଏହି ଘଟଣା କୁ ନେଇ ବିଜେଡ଼ି ର ଗୋଷ୍ଟି କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଛି ବୋଲି ସାଧରଣ ରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.