ପଛୁଆବର୍ଗ ଓ.ବି.ସି.ଙ୍କ ନିମନ୍ତେ ବିଧାନସଭା ଓ ଲୋକସଭାରେ ସ୍ଥାନ ସଂରକ୍ଷଣ ଦାବି କଲା ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ

ଫୁଲବାଣୀ : ଭାରତ ସ୍ୱାଧୀନ ହେବାର ୭୫ବର୍ଷ ଅତିକ୍ରମ କରି ଅମୃତ ଉଚ୍ଚବ ପାଳନ କରିସାରିଛି ହେଲେ ଆଜି ପଯ୍ୟନ୍ତ ସମ୍ଭିଧାନ ଧାରା ୩୪୦ କୁ କାର୍ଯ୍ୟକାରୀ କରାଯାଇ ପାରିନାହିଁ l ଦେଶରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସମ୍ଭିଧାନ ଧାରା ସ୍ଥାପନ ପ୍ରୋଗ୍ରାମ ୩୪୦,୩୪୧ କୁ ଲାଗୁ କରାଯାଇ ରାଜନୈତିକ ପ୍ରତିଷ୍ଠିତ କରି ସେମାନଙ୍କୁ ସମାଜର ମୁଖ୍ୟଶ୍ରୋତକୁ ଅଣାଯାଇଛି କିନ୍ତୁ ଭାରରତ୍ନ ବାବା ସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକର ଓ. ବି. ସି. ଙ୍କ ଉନତି ପାଇଁ ଦେଖିଥିବା ଅଧୁରା ସ୍ବପ୍ନ ସ୍ବପ୍ନରେହିଁ ରଖାଯାଇଛି ଓ ବି ସି ଙ୍କୁ ଦେଶର ସର୍ବୋଚ୍ଚ କର୍ତ୍ତା କରିବାର ଯେଉଁ ପ୍ରୟାସ ଶାସନରେ ଥିବା ରାଜନୈତିକ ଦଳର ଇଛା ପଛୁଆବର୍ଗ ଓ. ବି. ସି.ଙ୍କ ନିମନ୍ତେ ବିଧାନସଭା ଓ ଲୋକସଭାରେ ସ୍ଥାନସଂରକ୍ଷଣ ଦାବି କଲା ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ l ଏହି ସମୟରେ କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ,ଓଡିଶାର ସାଧାରଣ ସମ୍ପାଦକ ଆଇନଜୀବୀ ସତ୍ୟ ନାରାୟଣ ବେହେରା ତାଙ୍କ ସଂଗଠନର ସହଯୋଗୀ, କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ସହଯୋଗରେ ଓ ବି ସି ବର୍ଗଙ୍କୁ ସେମାନଙ୍କ ସା ମ୍ଭିଧାନିକ ରାଜନୀତିରେ, ବିଧାନସଭା, ଲୋକସଭା, ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରତେକ ବ୍ଲକରେ ଆବାସିକ ବିଦ୍ୟାଳୟ ସ୍ଥାପନ, ଭୂମିହୀନ ପରିବାରକୁ ଦୁଇ ଏକର ଚାଷ ଜମି ଓ ଘର ଡିହ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁତ, ଶହେ ପରିବାର ବିଶିଷ୍ଟ ଓ ବି ସି ଗ୍ରାମରେ ମିନି ଅଙ୍ଗନବାଡି, ମିନି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ, ରାସ୍ତା ଓ ଜଳ ଯୋଗାଣ ନିମନ୍ତେ ଦାବି କରି ଆସୁଛି l ଏଥିନିମନ୍ତେ କନ୍ଧମାଳ ଜିଲ୍ଲାର ପଡୋଶୀ ଜିଲ୍ଲା ବୌଦ୍ଧ, ନୟାଗଡ, ଗଞ୍ଜାମ ଗ୍ରସ୍ତ କରି ପଛୁଆ ବର୍ଗ, ଓ ବି ସି ଜନସାଧାରଣଙ୍କ ସହିତ ଆଲୋଚନା କରି ଅହରହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବିଉପସ୍ଥାପନ କରି ଆସୁଛନ୍ତି l ଏଥି ସହିତ କନ୍ଧମାଳକୁ ରେଳ ଚଳାଚଳ, ମୁଖ୍ୟ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର ନିଯୁକ୍ତି, ପ୍ରତି ପଞ୍ଚାୟତରେ ପୋଲିସ ଫାଣ୍ଡି ନିର୍ମାଣ, ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ନିଯୁକ୍ତି ଦାବୀ କରି ଆସୁଚି l

ସେହି ଦାବିକୁ ପୁଣି ଦୋହରାଇ ଜାଗ୍ରତ କନ୍ଧମାଳ, ଓଡିଶା ସାମାଜିକ ସଂଗଠନର ସଭାପତି ପ୍ରଶାନ୍ତ ମହାନ୍ତି ଓ ସାଧାରଣ ସମ୍ପାଦକ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ସମେତ ପାଞ୍ଚ ସହରୁ ଉର୍ଦ୍ଧ ଦସ୍ଥଖତ ସମ୍ମିଳିତ ଦାବିପତ୍ର ସଂଗଠନର ଉପସଭାପତି ବିଚିତ୍ର ବୀର୍ଯ୍ୟ ପଧାନ,କାର୍ଯ୍ୟକର୍ତ୍ତା ପ୍ରେମାନନ୍ଦ ମାଝୀ,ଓ ବି ସି ସଂଗଠକ ବିପ୍ରବର ସ୍ୱାଇଁ, ନିରଞ୍ଜନ ସାହୁ, ଆଇନଜୀବୀ ମହେଶ୍ୱର ମହାରଣା, ଉପଦେଷ୍ଟା ସାମ୍ବାଦିକ ସୁନୀଲ ବିଶ୍ୱାଳ, ଆଇନଜିବି ତଥା ସାମ୍ବାଦିକ ଆଦିତ୍ୟ ତ୍ରିପାଠୀଙ୍କ ଉପସ୍ଥିତରେ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଭାରତ ସରକାର, ପ୍ରଧାନମନ୍ତ୍ରୀ ଭାରତ ସରକାର, ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି l
ଶକ୍ତିର ଅଭାବ ହେତୁ ସେମାନେ ରାଜନୈତିକ ଅଧିକାରରୁ ବଞ୍ଚିତ କରାଯାଇଛି ବୋଲି ସାଧାରଣ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି l

nis-ad
Leave A Reply

Your email address will not be published.