ବ୍ରହ୍ମପୁର ଜତୀୟ ସାମ୍ବାଦିକ ସଙ୍ଘ (ଏନୟୁଜେ ଆଇ)ସହିତ ଅନୁବନ୍ଧିତ

ଏସ.ୟୁ.ଜେ ଗଞ୍ଜାମ ଜିଲ୍ଲା ଶାଖାର ବୈଠକ ଓ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର : ଓଡିଶା ରାଜ୍ୟ ସାମ୍ବାଦିକ ସଙ୍ଘ(ଏସୟୁଜେ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପ୍ରଥମ ବୈଠକ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରେଭିନ୍ୟୁ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏସ ୟୁ ଜେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଉପସଭାପତି ସମରେଶ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ, ସମ୍ପାଦକ ଶିବାଶିଷ ମହାନ୍ତି ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ଭବିଷ୍ୟ ,ସାମାଜିକ ସ୍ତରରେ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ଗଞ୍ଜାମ ଜିଲ୍ଲା ରେ ସଂଗଠନ କିଭଳି ସୁଦୃଢ ହେବ ଗୁରୁତରୋପ କରିଥିଲେ। ଆଜି ଅନୁଷ୍ଠାନିକ ଭାବେ ଗଞ୍ଜାମ ଜିଲ୍ଲାର ଏସ ୟୁ ଜେ ଶାଖା ର ସଭାପତି ଭାବେ ବିଶ୍ଵନାଥ ମାରଣା, ସାଧାରଣ ସମ୍ପାଦକ ଭାବେ ଦିଗମ୍ବର ମହାରଣାଙ୍କୁ ସର୍ଵ ସମ୍ମତି କ୍ରମେ ମନୋନୀତ କରାଗଲା । ଏହା ସହ ଦୁଇ ଜଣ ବରିଷ୍ଠ ବ୍ୟକ୍ତି ଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ହେମାଙ୍ଗ ପ୍ରସାଦ ରାଉଳ ଓ ସୁରଜିତ କୁମାର ପଣ୍ଡା ଙ୍କୁ ବୈଠକରେ ରାଜ୍ୟ ସଭାପତି ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ସହର ସମେତ ସମସ୍ତ ପ୍ରାନ୍ତ ରୁ ବୈଦୁତିକ ଓ ଛପା ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ସଭ୍ୟ ପଦ ଗ୍ରହଣ କରିଥିଲେ । ଆଗାମୀ ଦିନରେ ଜିଲ୍ଲା ର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେଇ ସମାଧାନ ଦିଗରେ ପ୍ରୟାସ କରାଯିବା ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ନୂତନ ଭାବେ ଜିଲ୍ଲା ଦାୟିତ୍ୱ ନେଇ ଥିବା ସଭାପତି ଓ ସମ୍ପାଦକ ଆଗାମୀ ଦିନରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କରି ସଦସ୍ୟ ସଂଗ୍ରହ କରିବା ସହ ଜିଲ୍ଲାର ସଂଗଠନ କୁ କିପରି ସଦୃଡ଼ କରାଯିବ ସେଥିପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇ ଥିଲେ ଏବଂ ଅତି ଶୀଘ୍ର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ଆଗାମୀ ବୈଠକ କରାଯିବ ବୋଲି ନିଷ୍ପତି ନେଇଛନ୍ତି l

nis-ad
Leave A Reply

Your email address will not be published.