ସରପଞ୍ଚଙ୍କ ପ୍ରଚେଷ୍ଟାରୁ ୪ ଗ୍ରାମବାସୀ ଗାଁ ପାଖରେ ପିଡ଼ିଏସ ଚାଉଳ ପାଇଲେ

ଦାରିଙ୍ଗବାଡ଼ି (୨୪/୦୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଲ୍ୟାମ୍ପସ ମାଧ୍ୟମରେ ପିଡ଼ିଏସ ସାମଗ୍ରୀ ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, ଗଦାପୁର, ତାଜୁଙ୍ଗି, ହାତିମୁଣ୍ଡା, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା ଓ ବ୍ରାହ୍ମଣୀଗାଁ ପଂଚାୟତ ବାସୀଙ୍କୁ ଯୋଗାଇ ଦେଇ ଆସୁଛି। ପ୍ରତି ପଞ୍ଚାୟତ ମହକୁମାରେ ଲ୍ୟାମ୍ପସ ପିଡ଼ିଏସ ବିତରଣ କେନ୍ଦ୍ର ଖୋଲିଛି। ସେହିପରି ଝିଞ୍ଜିରିଗୁଡ଼ା ପଞ୍ଚାୟତ ବାସୀଙ୍କୁ ମଧ୍ୟ ପଞ୍ଚାୟତ ମହୁକୁମାରେ ପିଡ଼ିଏସ ସାମଗ୍ରୀ ଯୋଗାଇ ଦିଆ ଯାଉଥିଲା । ଯାହାରି ଫଳରେ ଏହି ପଞ୍ଚାୟତ ଅଧିନସ୍ତ ଗଡମା, କୁଟୁଲାରୀଗାଁ, ବାଘପଦା ଓ ସଙ୍ଗଡମା ଗ୍ରାମ ବାସୀଙ୍କୁ ପ୍ରାୟ ୧୨ କି. ମି ଦୁରତାରୁ ଆସି ପିଡ଼ିଏସ ସାମଗ୍ରୀ ନେବାକୁ ପଡୁଥିଲା। ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ସରପଞ୍ଚ ଚାନ୍ଦିନୀ ପ୍ରଧାନଙ୍କ ପ୍ରଚେଷ୍ଟା ଓ ଲ୍ୟାମ୍ପସ ପରିଚାଳକଙ୍କ ସହ ଯୋଗରୁ କୁଟୁଲାରୀ ଗାଁରେ ନୂତନ ବିତରଣ କେନ୍ଦ୍ର ହୋଇପାରିଛି। ଯାହାରି ଫଳରେ ଏହି ୪ ଗ୍ରାମବାସୀ ଅତି ବେଶୀରେ ୩କିମି ଦୂରତା ମଧ୍ୟରେ ପିଡ଼ିଏସ ସାମଗ୍ରୀ ପାଇ ପାରିବେ। ଏଣୁ ଏହି ସବୁ ଗ୍ରାମ ବାସୀ ସମୂହ ସରପଞ୍ଚଙ୍କ ଏହି କାର୍ଯ୍ୟ ପାଇଁ ପ୍ରଶଂସା ଜଣାଇଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.