ଫୁଲବାଣୀ ସଦରଥାନା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା, ଫୁଲବାଣୀ ସଦର ଥାନା ଆଇଆଇସି ସମୀର କୁମାର ରାଉତଙ୍କୁ ଗଞ୍ଜାମ ଜିଲ୍ଲା ବଦଳି ହୋଇଥିବାରୁ ଆଜି ସଦର ଥାନାର ସମସ୍ତ କର୍ମଚାରୀଙ୍କ ଆଲୋଚନା ପ୍ରକାର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟିକୁ ସଦର ଥାନା ଏସ୍, ଆଇ, ସମ୍ବିତ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ସଦର ଥାନା ଆଇ ଆଇ ସି ସମୀର କୁମାର ରାଉତ ଜଣେ ମିଷ୍ଟଭାଷୀ, ମିଲାପି ସ୍ୱଭାବର ଥିଲେ। କନ୍ଧମାଳ ଜିଲ୍ଲାର ଏକ ନମ୍ବର ଆଇ, ଆଇ, ସି ,ଭାବରେ ଜଣା ଶୁଣା ଥିବା ସଦର ଥାନାର ସମସ୍ତ କର୍ମଚାରୀ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ସେ ପୋଲିସ ବିଭାଗରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇମଧ୍ୟ ଥାନାର ସମସ୍ତ କର୍ମଚାରୀ ମାନଙ୍କୁ ଗୋଟିଏ ପରିବାର ସଦସ୍ୟ ଭାବରେ ପରିଚାଳିତ କରୁଥିବା ସହିତ କେବେ କାହାରିକୁ ଖରାପ ବ୍ୟବହାର କରିବା କି ଉଚ୍ଚା ଆଓ୍ବଜରେ କଥାବାର୍ତ୍ତା କରୁନଥିବା କହିଛନ୍ତି ସଦର ଥାନାର ସମସ୍ତ, ଅଫିସର , କନେଷ୍ଟବଳ, ଏବଂ ହୋମଗାର୍ଡ ,ଭାଇ ଭଉଣୀ ମାନେ ତା ସହିତ ଥାନ ଅଧିକାରୀ ଶ୍ରୀ ରାଉତଙ୍କୁ ଭୃୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। ଏବଂ ଥାନାର ସମସ୍ତ କର୍ମଚାରୀ ଦୁଃଖ ପ୍ରକାଶ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

ପୂର୍ବରୁ ଥିବା ଅଫିସର ମାନଙ୍କର ତୁଳନାରେ ଆଇଆଇସି ସମୀର କୁମାର ରାଉତ ଜଣେ ଭିନ୍ନ ମଣିଷ ଭାବରେ ପରିଚିତ ଥିଲେ।ସେ ସଦର ଥାନାରେ ପୋଷ୍ଟିଙ୍ଗ୍ ହେବା ଦିନଠାରୁ ଥାନାର ପରିବେଶ, ଆଲୋକ ସଜ୍ଜା , ଏବଂ ଥାନାର ବିଭିନ୍ନ ଉନ୍ନତି କରଣ, ନିଜ ହାତରୁ ଟଙ୍କା ଖର୍ଚ୍ଚ କରୁଥିବାରୁ ତାଙ୍କୁ କେବେ ମଧ୍ୟ ଭୁଲି ହେବନି ବୋଲି ଥାନାର ସମସ୍ତ କର୍ମଚାରୀ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି।ତାଙ୍କର ମଣିଷପଣିଆ ପାଇଁ ଆଜି ସଦର ଥାନାର ସମସ୍ତ କର୍ମଚାରୀଙ୍କ ମୋନରେ ସୋକାକୁଳ ପରିବେଶ ଦେଖିବାକୁ ମିଳୁଛି।ସଦର ଥାନା ଅଞ୍ଚଳର ଜନସାଧାରଣ ମଧ୍ୟ ଆଇ, ଆଇ ସି ବଦଳି ଶୁଣି ଦୁଃଖ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଆଜିର ବିଦାୟ କାଳୀନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର, ଏସଡିପିଓ, ସୁପ୍ରଶନମଲ୍ଲିକ ଗୋଛାପଡା ଥାନା ଅଧିକାରୀ, ରଞୀତ କୁମାର ମୁନି, ଏବଂ ସଦର ଥାନାର ସମସ୍ତ ଅଫିସର ତଥା ଶୁଶିଲ କୁମାର ପଟ୍ଟନାୟକ,ସଞ୍ଜୟ କୁମାର ବିଷୋୟୀ, ଜୟନ୍ତୀ ନାୟକ ବୈଠକରେ ଉପସ୍ଥିତ ରହି ନିଜ ନିଜର କୋହ ପ୍ରକାଶ କରିଥିଲେ। ଏବଂ କନଷ୍ଟେବଳ, ହୋମଗାର୍ଡ ଭାଇ ଭଉଣୀ ମାନେ ମଧ୍ୟ ଉପସ୍ଥିତ ରହି ନିଜ ନିଜର ମତପ୍ରକାଶ କାରିବା ସହିତ ଥାନ ଅଧିକାରୀ ସମିର କୁମାର ରାଉତଙ୍କ ଆଗାମୀ ଚଲାପଥରେ ପୁସ୍ପବୃଷ୍ଟି ହେବା ସହିତ ତାଙ୍କର ଉତରାତର ଉନ୍ନତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଏବଂ ଶୋକାକୁଳ ପରିବେଶରେ ଥାନ ଅଧିକାରୀ ଙ୍କୁ ବିଦାୟ ଦିଆଯାଇଥିଲା l ଏହି ବିଦାୟ କାଳୀନ କାର୍ଯ୍ୟକ୍ରମ ଟିକୁ ଥାନାର ସମସ୍ତ କର୍ମଚାରୀ ମିଳିତ ଭାବେ ସମ୍ପାଦନ କରିଥିଲେ।

nis-ad
Leave A Reply

Your email address will not be published.