ଛତ୍ରପୁର ତାଲୁକା ରେଡ୍ଡୀସଂଘ କମ୍ୟୁନିଟି ହଲ୍ ନିର୍ମାଣ ଲାଗି ବିଧାୟକଙ୍କ ୫ ଲକ୍ଷଟଙ୍କା ଅନୁଦାନ ଘୋଷଣା

ଛତ୍ରପୁର :ଛତ୍ରପୁର ତେରସ୍ଥାନ ତାଲୁକା ରେଡ୍ଡୀସଂଘ ସଭା ଭବନରେ ରବିବାର ସଂଘର ଉନ୍ନୟନ ଉଦ୍ଦେଶ୍ୟରେ ଏକ ଆନୁଷ୍ଠାନିକ ସଭା ସମେଳନ ଅନୁଷ୍ଠିତ ହୋଇଯାଇଛି । ୧୬ଖଣ୍ଡ ଗ୍ରାମର ବଡ଼ରେଡ୍ଡୀ,ନାଇଡୁ,ତାଲୁକା ପଦାଧିକାରୀଙ୍କ ଦ୍ଵାରା ପରିଚାଳିତ ହେଉଥିବା ୧୯୪୦ ମସିହାର ପୁରାତନ ପ୍ରତିଷ୍ଠିତ ରେଡ୍ଡୀ ସମାଜ ସଂଗଠନର ରୂପାନ୍ତରୀଣ ଗୃହ ନବ- ନିର୍ମାଣ ନିମନ୍ତେ ଆମନ୍ତ୍ରିତ ଅତିଥୀଙ୍କୁ ସଭା ଡକାଇ ଦୃଷ୍ଟିଆକର୍ଷଣ କରାଯାଇଛି ।
ଏହି ଅବସରରେ ନୂତନ କମ୍ୟୁନିଟି ହଲ୍ ନିର୍ମାଣ ଲାଗି ୫ ଲକ୍ଷଟଙ୍କା ଅନୁଦାନ ଦେବେ ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏହାକୁ ନେଇ ସଂଘର ସମସ୍ତ ସଦସ୍ୟ ମହଲରେ ଆନନ୍ଦର ଲହରୀ ସଞ୍ଚାର କରିଛି ।
ପ୍ରଥମ ପର୍ଯ୍ୟାୟରେ ଆମନ୍ତ୍ରିତ ଅତିଥୀଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ ‘ ଆନୁଷ୍ଠାନିକ ସଭାରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥୀ ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୨୦ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟ
ଏମ୍. ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପୌର ଉପାଧ୍ୟକ୍ଷ ଜି.ପାପାରାଓ, ୧୪ନମ୍ବର ୱାର୍ଡ କାଉନସିଲର ଏମ୍.ଅରୁନ୍ଧତୀ ରେଡ୍ଡୀ,ଚିକଲଖଣ୍ଡି (ଜି.ପି.)ର ସରପଞ୍ଚ ଭଗବାନ ବେହେରା, ସମିତିସଭ୍ୟ ଅଭିରାମ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ତଥା ତାଲୁକା ସଂଘର ଜିଲ୍ଲା ସଦସ୍ୟ ଏସ୍.ଚକ୍ରପାଣି ରେଡ୍ଡୀ ସଭା ପରିଚାଳନା କରିଥିଲେ । ତେରସ୍ଥାନ ତାଲୁକା ରେଡ୍ଡୀସଂଘ ସଭାପତି ଏସ୍.କାନ୍ତେୟା ରେଡ୍ଡୀ,ସାଧାରଣ ସମ୍ପାଦକ ପି.ସତ୍ୟନାରାୟଣ ରେଡ୍ଡୀ, ସହ-ସମ୍ପାଦକ କେ.ମୁରଲୀ ରେଡ୍ଡୀ, କୋଷାଧ୍ୟକ୍ଷ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଜି.ପାପା ରାଓ, ଉପ-ସଭାପତି ତଥା ୨ନମ୍ବର ୱାର୍ଡ କାଉନସିଲର ଟି.ଗଣେଶ ରେଡ୍ଡୀ, ସମାଜସେବୀ ତଥା ଆଡଭୋକେଟ କେ.ଚନ୍ଦ୍ରଶେଖର ରେଡ୍ଡୀ, ସମାଜସେବୀ ବି.ଶଙ୍କର ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି.ନରସିଂହ ରେଡ୍ଡୀ, ଟି. କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ସଂଘର ସମସ୍ତ କାର୍ଯ୍ୟକାରୀ ସଦସ୍ୟଗଣ ଯୋଗଦେଇ ସକ୍ରୀୟ ସହଯୋଗ କରିଥିଲେ ।
ପ୍ରକାଶ ଥାଉକି, ସଂଘର ଆନୁସଙ୍ଘୀକ ସହଯୋଗ ରକ୍ଷା କରି ସଂଘ ଭବନର ନିର୍ମାଣରେ ସମସ୍ତଙ୍କ ପାଣ୍ଠି ଅନୁଦାନ ପ୍ରଦାନ କରିଯିବା ନିମନ୍ତେ ଅତିଥୀମାନେ ସହମତି ପ୍ରକାଶ କରିଥିଲେ ।
ତେଣୁ ସର୍ବୋପରି ଛତ୍ରପୁର ତାଲୁକା ଭବନ ନିର୍ମାଣ ନିମନ୍ତେ ଏକ ନୂତନ ଆଶାରେ ଉଦ୍ଦୀପନା ପ୍ରକାଶ ପାଇ ଖୁସିର ଲହରୀ ଖେଳିଯାଇଥିବା ଦେଖାଦେଇଛି ।

nis-ad
Leave A Reply

Your email address will not be published.