ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାରାଶି ୨ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉତ୍କଳ ସାମ୍ବାଦିକ ସଂଘ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କର ବହୁ ଦିନର ଦାବିକୁ ସହାନୁଭୁତିର ସହ ବିଚାର କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶି ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ସାମ୍ବାଦିକ ଓ ତାଙ୍କ ପରିବାର ଚିକିତ୍ସା ନିମନ୍ତେ ବୃଦ୍ଧି କରିଥିବାରୁ ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣକରା ଯାଇଛି । ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ସଂଘର ସଭାପତି
ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ପର୍ୱତନ ସଭାପତି ମନୋଜ ମହାନ୍ତି, ସମ୍ପାଦକ ଶ୍ରୀନିବାସ ପାତ୍ର, ଉପଦେଷ୍ଟା ସିମାଂଚଳ ପାଣିଗ୍ରାହି, ଯୁଗ୍ମ ସମ୍ପାଦକ ଅପୂର୍ବ ଥଣ୍ଡର, କିଶୋର ପାତିକାଙ୍କ ସହ ୫୦ରୁ ଉର୍ଧ ସଦସ୍ୟ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସଭାପତି ବିଭୁତି ଭୂଷଣ କର ଏବଂ ରାଜ୍ୟ କର୍ମକର୍ତାମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ତେବେ ରାଜ୍ୟ ସଭାପତି ଶ୍ରୀ କରଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କୁ ତିନିଗୋଟି ଦାବି ଉପସ୍ଥାପନ କରାଯାଇଥିଲା । ସାମ୍ବାଦିକ ସୁରକ୍ଷା ଆଇନ, ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ, ସ୍ୱାସ୍ଥ୍ୟବିମା ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ପାଇଁ ଜିଲ୍ଲା ସଂଗଠନ ଗୁଡିକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ ଗତ ଫେବୃଆରୀ ୫ ତାରିଖ ଦିନ ଭୁବନେଶ୍ୱର ଠାରେ ଉତ୍କଳ ସାମ୍ବାଦିକ ସଙ୍ଘର ହଜାରରୁ ଉର୍ଧ ସଦସ୍ୟ ମାଷ୍ଟର କାଂଟିନ ଠାରୁ ବିକ୍ଷୋଭ ଓ ଶୋଭାଯାତ୍ରା କରି ପ୍ରତିବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଅନ୍ୟ ଦୁଇଟି ଦାବି ସାମ୍ବାଦିକ ସୁରକ୍ଷା ଆଇନ ୨୦ ବର୍ଷରୁ ଉର୍ଧ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିବା ସାମ୍ବାଦିକମାନଙ୍କ ପେନସନ ଲାଗୁ କରିବା ପାଇଁ ଆଜିର ବୈଠକରେ ଅନୁରୋଧ କରା ଯାଇଛି ।

nis-ad
Leave A Reply

Your email address will not be published.