Browsing Category

ବିଦେଶ

କରାଚୀ ଆତ୍ମଘାତୀ ବିସ୍ଫୋରଣକାରିଣୀ ଥିଲେ ଜଣେ ସ୍ନାତକୋତ୍ତର, ୨ ସନ୍ତାନର ଜନନୀ ତଥା ଡାକ୍ତରଙ୍କ ପତ୍ନୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କରାଚୀ ବିଶ୍ବବିଦ୍ୟାଳୟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇଥିବା ଶାରି ବାଲୋଚ୍‌ ଥିଲେ ଉଚ୍ଚ ଶିକ୍ଷିତା, ଦୁଇଟି ସନ୍ତାନର ଜନନୀ ଓ ଜଣେ ଡାକ୍ତରଙ୍କ ପତ୍ନୀ। ଉକ୍ତ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ଜଣ ଚୀନା ନାଗରିକଙ୍କ ସମେତ ୪ଜଣଙ୍କର ମୃତ୍ୟୁ…

କେଉଁ ସୁଦୂର ମହାକାଶରୁ ଉଲ୍‌କାଦ୍ବାରା ପୃଥିବୀକୁ ଆସିଛି ଜୀବସତ୍ତା

ନୂଆଦିଲ୍ଲୀ: ସୁଦୂର ଅନ୍ତରୀକ୍ଷରୁ ପୃଥିବୀକୁ ଜୀବନର ରାସାୟନିକ ସାମଗ୍ରୀ (ଡିଏନ୍‌ଏ) ଆସିଥିବା କଥା ଉଲ୍‌କା ପିଣ୍ଡରେ ଥିବା ଶିଳା ବିଶ୍ଳେଷଣରୁ ଜଣାପଡ଼ିଛି। ଅଙ୍ଗାର ପାଲଟି ଯାଇଥିବା ୩ଟି ଉଲ୍‌କା ଖଣ୍ଡରୁ ‘ନ୍ୟୁକ୍ଲିଓବେସ୍‌’ ଆବିଷ୍କୃତ ହୋଇଥିବା କଥା ‘ହୋକ୍କାଇଦୋ ୟୁନିଭର୍ସିଟି’ର…

ପକ୍ଷୀଠାରୁ ମଣିଷକୁ ଡେଇଁଲା ବାର୍ଡ଼ ଫ୍ଲୁ, ଚାଇନାରେ ପ୍ରଥମ ରୋଗୀ ଚିହ୍ନଟ  

ବେଜିଂ: ଡେଇଁଲା ବାର୍ଡ଼ ଫ୍ଲୁ ସଂକ୍ରମଣ। ପଶୁ-ପକ୍ଷୀଙ୍କଠାରୁ ମଣିଷକୁ ଡେଇଁଛି ଏହି ସଂକ୍ରମଣ। ପ୍ରଥମ କରି ଚାଇନାର ଜଣେ ମଣିଷଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଠାବ ହୋଇଛି। ସମ୍ପୃକ୍ତ ରୋଗୀଙ୍କଠାରେ H3N8 ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ଯାହାକୁ ଆଭିଏନ୍‌ ଫ୍ଲୁ କୁହାଯାଉଛି। ତେବେ ଏହି ଭତାଣୁ ବେଶୀ…

କରାଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ

କରାଚି: ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗୋଟିଏ କାର୍‌ ଦ୍ୱାରା ବିଶ୍ୱବିଦ୍ୟାଳୟ ଭିତରେ ବିସ୍ଫୋରଣ କରାଯାଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଚାଇନିଜ ଶିକ୍ଷା‌ର୍ଥୀ ରହିଛନ୍ତି।…

ଘର ସଜାଡ଼ିବା ମୁଡରେ କଂଗ୍ରେସ, ବିଶୃଙ୍ଖଳିତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବାରମ୍ବାର ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଏବେ ଘର ସଜାଡ଼ି ମୁଡରେ ଲାଗିଛି। ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଦଳର ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହିକ୍ରମରେ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ…

ଚନ୍ଦ୍ରରେ ପରମାଣୁ ପରୀକ୍ଷା କରିବାକୁ ଯୋଜନା କରିଥିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ‘ଆଡ୍‌ଭାନ୍‌ସ୍ଡ଼୍‌ ଏରୋସ୍ପେସ୍‌ ଥ୍ରେଟ୍‌ ଆଇଡେଣ୍ଟିଫିକେସନ୍‌ ପ୍ର‌ୋଗ୍ରାମ୍‌’ (ଏଏଟିଆଇପି) ଚନ୍ଦ୍ରରେ ପରମାଣୁ ବିସ୍ଫୋରଣ କରାଇ ଅଦୃଶ୍ୟ ପୋଷାକ, ମାଧ୍ୟକର୍ଷଣ ଶକ୍ତି ନିରୋଧୀ ଉପକରଣ, ଏକ ପ୍ରାନ୍ତରୁ ଆର ପ୍ରାନ୍ତକୁ ଲମ୍ବିଥିବା ଗର୍ତ୍ତ ଏବଂ ସୁଡ଼ଙ୍ଗ…

ପୁଣିଥରେ ଫ୍ରାନ୍ସର ରାଷ୍ଟ୍ରପତି ହେଲେ ଇମାନୁଏଲ ମାକ୍ରନ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଫ୍ରାନ୍ସରେ ଶାସନ କ୍ଷମତାର ପୁଣି ଥରେ ମଙ୍ଗ ଧରିଛନ୍ତି ଇମାନୁଏଲ ମାକ୍ରନ୍‌। ଗତକାଲି ଅନୁଷ୍ଠିତ ନିର୍ବାଚନରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍‌ଙ୍କ…

ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ। ଏ ବିଷୟରେ ସୂଚନା ଦେଇଛି ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) । ଚୀନ ୨୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ନଦେବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି। ଏବେ ଚୀନ୍…

ପାକିସ୍ତାନରେ ଦୈନିକ ୧୫ଘଣ୍ଟା ବିଜୁଳି କାଟ

ନୂଆଦିଲ୍ଲୀ: ପ୍ରବଳ ଗରମ ଓ ଅନ୍ଧାରରେ କଲବଲ ହେଉଥିବା ପାକିସ୍ତାନବାସୀ। ଏବେ ଏଠାରେ ଦେଶବାସୀ ପ୍ରତ୍ୟେକଦିନ ୮ରୁ ୧୫ ଘଣ୍ଟା ବିଦ୍ୟୁତକାଟର ସମ୍ମୁଖୀନ ହେଉଛନ୍ତି। କରାଚି, ଲାହୋର, ରାଓ୍ୱଲପିଣ୍ଡି, କ୍ୱେତା, ପେଶଓ୍ୱାର, ମୁଲତାନ, ବାଦିନ, ସ୍ୱାତ ଏବଂ ପାକିସ୍ତାନର ଅନେକ ସହରବାସୀ ବିଦ୍ୟୁତକାଟ…

ୟୁକ୍ରେନକୁ ମିଳିବ ଆମେରିକାର ରହସ୍ୟମୟ ଫୋନିକ୍ସ ଘୋଷ୍ଟ ଡ୍ରୋନ

ଓ୍ବାସିଂଟନ : ରୁଷ ଆକ୍ରମଣର ପ୍ରତିରୋଧ କରିବାକୁ ଆମେରିକା ସରକାର ୟୁକ୍ରେନ ପାଇଁ ୮୦୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି । ଏହି ସହାୟତା ମାଧ୍ୟମରେ ପେଣ୍ଟାଗନ୍ ପକ୍ଷରୁ ୟୁକ୍ରେନକୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ । ସେଗୁଡ଼ିକ ମଧ୍ୟରେ ରହିଛି ଫିନିକ୍ସ…